www.samajalive.in
Saturday, December 6, 2025
19.1 C
Bhubaneswar

ଏମ୍‌ପିଏଲ୍‌ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ

ମୁମ୍ବଇ : ନାଇକି ସ୍ଥାନରେ ମୋବାଇଲ୍‌ ଗେମ୍ କମ୍ପାନୀ ମୋବାଇଲ ପ୍ରିମିୟର ଲିଗ୍ (ଏମ୍‌ପିଏଲ୍‌) ଭାରତର ସମସ୍ତ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ ହୋଇଛି। ବିସିସିଆଇର ଆପେକ୍ସ କାଉନ୍‌ସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ନାଇକିଠାରୁ ଏମ୍‌ପିଏଲ୍‌ କମ୍ ଅର୍ଥ ଦେବ ବୋଲି ଜାଣିବାକୁ ମିଳିଛି। ଏମ୍‌ପିଲ୍‌ ଭାରତର ଉଭୟ ପୁରୁଷ ଓ ମହିଳା ସିନିୟର ଓ ଜୁନିୟର ଦଳର ପୋଷାକ ପ୍ରାୟୋଜକ ରହିବ। ପ୍ରତି ମ୍ୟାଚ୍‌ ପାଇଁ ନାଇକି ୮୮ ଲକ୍ଷ ଟଙ୍କା ଦେଉଥିବା ବେଳେ ଏମ୍‌ପିଏଲ୍‌ କିନ୍ତୁ ୬୫ ଲକ୍ଷ ଟଙ୍କା ଦେବ ବୋଲି ଜାଣିବାକୁ ମିଳିଛି। କ୍ରୀଡା ପୋଷାକ ନିର୍ମାତା ଦୁଇ କମ୍ପାନୀ ପ୍ୟୁମା ଓ ଆଡିଡାସ୍ ମଧ୍ୟ ଏହି ଅଧିକାର ପାଇବାକୁ ଇଚ୍ଛୁକ ଥିଲେ ହେଁ ଦାବିପତ୍ର ଦାଖଲ କରିନଥିଲେ। ୨୦୧୬ରୁ ୨୦୨୦ ମଧ୍ୟରେ ୫ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ ଥିବା ନାଇକି ବିସିସିଆଇକୁ ୩୭୦ କୋଟି ଟଙ୍କା ସହ ୩୦ କୋଟି ଟଙ୍କା ରୟାଲ୍‌ଟି ଦେଇଥିଲା। ତେବେ ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଏବେ କମ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଉଥିବାରୁ ଏହି ଅର୍ଥ ଦେବାକୁ ଅସମର୍ଥ କହି ନାଇକି ପୋଷାକ ପ୍ରାୟୋଜନରୁ ଓହରି ଯାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories