www.samajalive.in
Saturday, December 6, 2025
16.1 C
Bhubaneswar

ଜଗନ୍‌ ବିଚାରପତିଙ୍କୁ ‘ଇଚ୍ଛାକୃତ ଅବମାନନା’ କରିଛନ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନିକଟକୁ ବରିଷ୍ଠ ବିଚାରପତିଙ୍କ ବିରୋଧରେ ପତ୍ର ଲେଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡି ବିଚାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତି ‘ଇଚ୍ଛାକୃତ ଅବମାନନା’ କରିଛନ୍ତି ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ। ସୋମବାର ବେଣୁଗୋପାଳ ଜଗନ୍‌ଙ୍କ ଚିଠିର ବେଳକାଳ ଓ ସର୍ବସାଧାରଣରେ ପ୍ରକାଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ପଛରେ କୌଣସି ଅଭିସନ୍ଧି ରହିଥିବା ସେ ସନ୍ଦେହ କରିଛନ୍ତି। ଅକ୍ଟୋବର ୬ରେ ଜଗନ୍‌ ପ୍ରଧାନ ବିଚାରପତିଙ୍କ ନିକଟକୁ ଚିଠି ଲେଖି ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି ଏନ୍‌.ଭି ରମଣଙ୍କ କାର୍ଯ୍ୟକଳାପକୁ ନେଇ ଆପତ୍ତି ଉଠାଇଥିଲେ। ଏ ସମ୍ପର୍କରେ ସେ ତୁରନ୍ତ ଗଣମାଧ୍ୟମକୁ ଅବଗତ କରିଥିଲେ। ଏହି ପ୍ରସଙ୍ଗରେ ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟ ଜଗନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ପାଇଁ ଆଟର୍ଣ୍ଣି ଜେନେରାଲଙ୍କଠାରୁ ମତାମତ ଆହ୍ବାନ କରିଥିଲେ। ଏହାର ଉପରେ ମତ ଦେଇ ବେଣୁଗୋପାଳ ଉପରୋକ୍ତ ମତ ରଖିଛନ୍ତି। ବିଭିନ୍ନ ବାର୍‌ ଆସୋସିଏସନ୍‌ ପକ୍ଷରୁ ଜଗନ୍‌ଙ୍କ ଚିଠିକୁ ନିନ୍ଦା କରାଯାଇଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories