www.samajalive.in
Sunday, December 7, 2025
14.1 C
Bhubaneswar

ଜଙ୍ଗଲରେ କଟିଲାଣି ଦୁଇ ଦିନ; କୁନି ପିଲାଙ୍କ ଆଖିରୁ ସୁଖୁନି ଲୁହ

ଫୁଲବାଣୀ: ପୁଲିସକୁ ଆକ୍ରମଣ କରିଲେ। ଏବେ ଗିରଫ ଭୟରେ ଜଙ୍ଗଲରେ ଗ୍ରାମବାସୀ। ପୁଲିସ୍‍ ଗିରଫ ଭୟରେ ୨ ଦିନ ହେଲା ଜଙ୍ଗଲରେ ଭୋକ ଶୋଷରେ ଜୀବନ ବିତାଉଛନ୍ତି ଗ୍ରାମବାସୀମାନେ। ଗାଁ ସଂପୂର୍ଣ୍ଣଭାବେ ଜନଶୁନ୍ୟ ହୋଇ ପଡ଼ିଛି। ମଝିରେ ମଝିରେ ମଧ୍ୟ ପୁଲିସ୍‍ ଗ୍ରାମକୁ ଯାଉଥିବା ଯୋଗୁଁ ସନ୍ଦେହ ଅଧିକ ଘନିଭୂତ ହୋଇଛି। ନିଶ୍ଚିତ ଭାବେ ଆହୁରି ଗିରଫ ହେବା ଭୟ ରହିଛି ଗ୍ରାମବାସୀଙ୍କର। ଲୋକେ ଭୋକ ଶୋଷ ଭୁଲିଯାଇଛନ୍ତି। ଶୀତକୁ ଖାତିର ନକରି ଛୁଆ ପିଲା ସମସ୍ତେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରୁ ବୁଲୁଛନ୍ତି। ତେବେ ଏଥିରେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି ପିଲାମାନେ। କିଏ ମା କୋଳରୁ ଓଲ୍ଲୁନଥିବା ବେଳେ ଆଉ କାହାର ଆଖିରୁ ଲୁହ ସୁଖୁୁନାହିଁ। ଗିରଫ ଭୟରେ ଅଭାବାବକ ମାନଙ୍କ ସହିତ ଜଙ୍ଗଲରେ ଚଢୁଛନ୍ତି କୁନି ପିଲାମାନେ। ଯେଉଁଥିରେ ଜରେ ୬ ମାସର ଶିଶୁ ରହିଥିବା ବେଳେ ଅଛି ଜଣେ ୧ ବର୍ଷରୁ ୩ ବର୍ଷ ମଧ୍ୟରେ ଥିବା ୪ଟି ନିଷ୍ପାପ ଶିଶୁ। ଦୁନିଆକୁ ଭଲରେ ଜାଣିନଥିବା ଓ ଦେଖିନଥିବା ଏହି ଶିଶୁ ମାନଙ୍କର ଭୁଲ୍‍ କଣ ବୋଲି ଏବେ ସାଧାରଣରେ ଉଠିଛି ପ୍ରଶ୍ନ। ଦୋଷ କଲା କିଏ ଦଣ୍ଡ ଭୋଗୁଛି କିଏ ?। ଗୋଟିଏ ପଟେ ଓଡ଼ିଶାର କାଶ୍ମିର ଭାବେ ପରିଚିତ ଦାରିଙ୍ଗବାଡ଼ି ବ୍ଳକରେ ଶୀତର ପ୍ରକୋପ ବୃଦ୍ଧି ପାଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ଶିଶୁମାନେ ଜଙ୍ଗଲରେ ନିଜ ଅଭିଭାବକ ମାନଙ୍କ ସାଥିରେ ଜୀବନ ବିତାଉଛନ୍ତି। ଖାଇଲେ କି ନଖାଇଲେ କିଏ ପଚାରିବାକୁ ନାହିଁ। ସବୁବେଳେ ଲାଗିରହିଛି ଏବେ ପୁଲିସ୍‍ ଭୟ। ଏପଟେ ସସସ୍ତ୍ର ପୁଲିସ୍‍ ଗିରଫ କରିବାକୁ ତୁହାକୁ ତୁହା ପଇଁତରା ମାରୁଛନ୍ତି ଗ୍ରାମରେ। ଯାହାକି ଗ୍ରାମର କୁନି କୁନି ପିଲା ମାନଙ୍କ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ ମାନେ। କେବଳ ସେତିକି ନହେଁ , ଜଙ୍ଗଲରେ ଏବେ ଆଶ୍ରୟ ନେଇଛନ୍ତି ଗ୍ରାମ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ମଧ୍ୟ। ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଏହି ପିଲାମାନେ ମଧ୍ୟ ନିଜ ନିଜ ଅଭିଭାବକ ମାନଙ୍କ ସହିତ ନେଇଛନ୍ତି ଜଙ୍ଗଲରେ ଆଶ୍ରୟ। ଜିଲା ପ୍ରଶାସନ ଓ ପୁଲିସ୍‍ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି। ଅନ୍ୟଥା ଦୁନିଆକୁ ଭଲରେ କିଛି ଜାଣିନଥିବା ନିଷ୍ପାପ ଶିଶୁମାନେ ଭୋଗୁଛନ୍ତି ଦଣ୍ଡ। ପ୍ରକାଶଯେ, କୁମାର ପୂର୍ଣ୍ଣମା ରାତ୍ରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ମେରାମାହା ଗ୍ରାମରେ କିଛି ଘଟଣାକୁ ନେଇ ଗ୍ରାମବାସୀ ଓ ପୁଲିସ୍‍ ମଧ୍ୟରେ ହୋଇଥିଲା ମୁହାଁମୁହିଁ ପରିସ୍ଥିତିରେ। ଏଥିରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଓ ଅନ୍ୟ ପୁଲିସ୍‍ କର୍ମଚାରୀ ଆହତ ହେବା ସହିତ ଗ୍ରାମର କିଛି ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‍ ମଧ୍ୟ ଏକ ମାମଲା ରୁଜୁ କରିବା ସହିତ ବର୍ତ୍ତମାନ ସୁଦ୍ଧା ୬ ଜଣକୁ ଗିରଫ କରିଛି। ଯେଉଁଥିରେ ୨ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories