www.samajalive.in
Friday, December 12, 2025
15.1 C
Bhubaneswar

ଜଙ୍ଗଲରେ ୪୮ ଘଣ୍ଟା; ଫେରାଇ ଆଣିବାକୁ ଅଂଚଳର ଲୋକ ପ୍ରତିନିଧିଙ୍କ ଉଦ୍ୟମ

ଫୁଲବାଣୀ/ବ୍ରାହ୍ମଣୀଗାଁ : କୁମାର ପୂର୍ଣ୍ଣମା ରାତ୍ରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ମେରାମାହା ଗ୍ରାମରେ ପୋଲିସ୍‌କୁ ମାଡ ହେବା ଘଟଣାରେ ଗ୍ରାମବାସୀଙ୍କ ନାମରେ ମକଦ୍ଦମା ରୁଜୁ କରି ପୁଲିସ ପକ୍ଷରୁ ଗିରଫଦାରି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ପୁଲିସ୍ ୨ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କୁ ଏହି ଘଟଣାରେ ଗିରଫ କରିଥିବା ବେଳେ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମରେ ଭୟ ଓ ଉତ୍ତେଜନା ଲାଗିରହିଛି। ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ଭୟରେ ଗତ ୪୮ ଘଂଟା ହେଲା ମେରାମାହା ଗ୍ରାମର ନାବାଳକ ଠାରୁ ସାବାଳକ ସମସ୍ତେ ଏବେ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି। ଏପିରକି ପୁଲିସ୍ ଭୟରେ କୋମଳବତୀ ଶିଶୁ ମାନେ ମଧ୍ୟ କନ୍ଧମାଳ ଜିଲାର ମଧ୍ୟ ରାତ୍ରରେ ହାଡ଼ଭଙ୍ଗା ଶୀତରେ ମଧ୍ୟ ଜଙ୍ଗଲ ମଧ୍ୟରେ ରହୁଥିବା ଦେଖାଯାଇଛି। କିଟି କିଟି ଅନ୍ଧାର ରାତି ସହିତ ଏପଟେ ଜଙ୍ଗଲି ଯନ୍ତୁଙ୍କ ଭୟ ଥିଲେ ମଧ୍ୟ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ ଆଜି ମଧ୍ୟ  ଗ୍ରାମ ସଂପୂର୍ଣ୍ଣଭାବେ ଲୋକ ଶୂନ୍ୟ ଥିଲା । ତେବେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଉଭୟ ପୁରୁଷ ଓ ମହିଳା ଉଭୟଙ୍କୁ ଗିରଫ କରୁଥିବା ସହିତ ଉକ୍ତ ଦିନ ଜଣେ ଗର୍ଭବତୀ ମହିଳାକୁ ମଧ୍ୟ ପୁଲିସ୍ ଅମାନୁସିକ ଭାବେ ଜୋର ଜବଦସ୍ତ  ଉଠାଇ ନେଇଥିବାରୁ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି। ଫଳରେ ଲୋକେ ଥଣ୍ଡା କାକରରେ ବଣ ଜଙ୍ଗଲର ଆଶ୍ରୟ ନେଇଛନ୍ତି। ଏହି ଘଟଣାରେ ଅଂଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି ।

ଜଙ୍ଗଲରେ ଥିବା ଗ୍ରମାବାସୀଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛନ୍ତି ପଂଚାୟତର କିଛି ନିର୍ବାଚିତ ଲୋକ ପ୍ରତିନିଧି। ଆଜି ଦାରିଙ୍ଗବାଡ଼ି ବ୍ଳକ ଉପାଧ୍ୟକ୍ଷ ରମାକାନ୍ତ ବଲ୍ୟାରସିଂ ଓ ବ୍ରାହ୍ମଣୀଗାଁ ସରପଂଚ ରମେଶ ମାଝୀଙ୍କ  ନେତୃତ୍ୱରେ ଅଂଚଳର ୮ଟି ପଂଚାୟତର ଜନପ୍ରତିନିଧି ସରପଂଚ ସମିତିସଭ୍ୟ ଓ ବୁଦ୍ଧିଜିବୀ ମାନେ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଆଜି ଏନେଇ ଏକ ବୈଠକ କରି ଆଲୋଚନା କରିବା ସହିତ ପ୍ରତିନିଧିମାନେ ମେରାମାହା ଗ୍ରାମକୁ ଯାଇ ଲୋକ ମାନଙ୍କୁ ସାକ୍ଷାତ କରି ଜଙ୍ଗଲରେ ଥିବା ଲୋକଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ମଙ୍ଗଳବାର ବ୍ରାହ୍ମଣୀଗାଁ ଥାନାକୁ ଯାଇ ଆହତ ହୋଇଥିବା ଥାନା ଅଧିକାରୀଙ୍କ ସହ ସମସ୍ୟାର ସମାଧାନ କ୍ଷେତ୍ରରେ ଆଲୋଚନା କରିବାକୁ ନିଷ୍ପତି ନିଆଯାଇଥିବାର ଜଣାଯାଇଛି। ଆବଶ୍ୟକ ପଡିଲେ ସମସ୍ତ ଜନ ପ୍ରତିନିଧିମାନେ କନ୍ଧମାଳ ଏସ୍ପି ଓ ଜିଲ୍ଲାପାଳଙ୍କୁ  ସାକ୍ଷାତ କରି ସମାଧାନର ପନ୍ତା ବାହାର କରାଯିବ ବୋଲି ଉପାଧ୍ୟକ୍ଷ ଶ୍ରୀ ବଲ୍ୟାର ସିଂ କହିଛନ୍ତି । ବର୍ତମାନ ଛୋଟ ଶିଶୁ ,ମହିଳା ,ବୃଦ୍ଧ ,ବୃଦ୍ଧା ମାନେ ବଣ ଜଙ୍ଗଲରେ ରହୁଛନ୍ତି ଏବଂ ନିରୀହ ଲୋକଙ୍କୁ ନିର୍ଦ୍ଧୋଷରେ ଗିରଫ କରାଯାଉଛି ବୋଲି ମଧ୍ୟ ଜଙ୍ଗଲରେ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏଣୁ ଲୋକଙ୍କୁ ଗ୍ରାମକୁ ଫେରାଇ ଆଣି ଅଂଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ପୋଲିସ୍ ର ଦୁର୍ନିତି ଓ କଳା କାରନାମା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଲୋକପ୍ରତିନିଧିମାନେ କହିଛନ୍ତି ।

- Advertisement -

ଅନ୍ୟପକ୍ଷରେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମେରାମାହା ଠାରେ ଘଟିଥିବା ଘଟଣା ସଂପର୍କରେ କନ୍ଧମାଳ ଏସ୍.ପି ଭିନିତ୍ ଅଗ୍ରୱାଲାଙ୍କ ପଚାରିବାରେ ଏନେଇ ତଦନ୍ତ ଚାଲିଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories