www.samajalive.in
Saturday, December 6, 2025
19.1 C
Bhubaneswar

ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣର ୨ ବର୍ଷ ବିତିଲା: ରାଜମିସ୍ତ୍ରୀଙ୍କୁ ମିଳିଲାନି ୩ ଲକ୍ଷ ଟଙ୍କା, ଥାନାରେ ଏତଲା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ କାଳିଆପଟ୍ଟା ଗ୍ରାମର ତାରିଣୀ ଚରଣ ନାୟକ ମେ’ ୨୦୧୭ରେ ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଘାଇବାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହନିର୍ମାଣ ପାଇଁ ଆସିଥିବା ୩ ଲକ୍ଷ ଟଙ୍କାର କାମକୁ ନଭେମ୍ବର ୨୦୧୮ରେ ଶେଷ କରିଥିଲେ। କାମ ସରିବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଆଜି ପର୍ୟ୍ୟନ୍ତ କାମର ଟଙ୍କା ପାଇନାହାନ୍ତି । ଗୃହ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଇଟା, ବାଲି, ସିମେଣ୍ଟ, ପଥର, ମାଟି, ଲୁହାଛଡ ଆଦି ଧାର ଉଧାର କରି ବିଭିନ୍ନ ଲୋକଙ୍କଠାରୁ ଆଣିବା ସହ ଗୃହକାର୍ୟ୍ୟ ନିର୍ମାଣରେ ୮ଜଣ ଦିନ ମଜୁରିଆଙ୍କୁ ନିୟୋଜିତ କରିଥିଲେ। ସର୍ବଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ଗୋପାଳକୃଷ୍ଣ ପାଢ଼ୀଙ୍କ ନାମରେ କାର୍ୟ୍ୟ।ଦେଶଟି ରହିଥିବାବେଳେ କାଳିଆପଟା ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜୟ ଭାରତ ପାଣିଗ୍ରାହୀ କନିଷ୍ଠ ଯନ୍ତ୍ରୀଙ୍କ ପରାମର୍ଶ ନେଇ ତାରିଣୀକୁ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ କହିଥିଲେ। ବାରମ୍ଵାର ସେ ବିନିଯୋଗ କରିଥିବା ୩ ଲକ୍ଷ ଟଙ୍କା ଜେଇ ଓ ପାଣିଗ୍ରାହୀଙ୍କୁ ମାଗିବା ସତ୍ତ୍ଵେ ନ ମିଳିବାରୁ ଶେଷରେ ତାରିଣୀ ଜିଲ୍ଲା ଶ୍ରମ ଅଧିକାରୀ ପାରଳାଖେମୁଣ୍ଡି ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଡ଼ିପିସିଙ୍କ ପରାମର୍ଶକ୍ରମେ ତାରିଣୀ ମୋହନା ଥାନାରେ ଏତଲା ଦେଇଥିବା କହିଛନ୍ତି। ଏତଲାରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଢ଼ୀ ଓ ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କୁ ଖର୍ଚ୍ଚ ଟଙ୍କା ମାଗିବାରୁ ଉଭୟେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଚମକ ଓ ଅସଦବ୍ୟବହାର କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ପରନ୍ତୁ ୮ ଜଣ ଦିନ ମଜୁରିଆ ନିଜ ପାରିଶ୍ରମିକ ଅର୍ଥ ପାଇବା ନିମନ୍ତେ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଢୀ ଓ ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ଉଭୟେ ତାରିଣୀ ଚରଣ ନାୟକଙ୍କୁ ଚିହ୍ନି ନ ଥିବା ଓ ତା ସହିତ କୌଣସି ପ୍ରକାର ସଂପର୍କ ନ ଥିବା କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories