www.samajalive.in
Friday, December 12, 2025
15.1 C
Bhubaneswar

ଶୀତ ଦିନେ ଦୁଇଗୁଣ ହୋଇପାରେ କରୋନା ମୃତ୍ୟୁ; ଚେତାବନୀ ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ସୋମବାର ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ବଡ଼ ଚେତାବନୀ ଦେଇଛନ୍ତି । ଶୀତଦିନେ ମହାମାରୀର ପ୍ରଥମ ତରଙ୍ଗ ତୁଳନାରେ ଶକ୍ତିଶାଳୀ ଦ୍ବିତୀୟ ତରଙ୍ଗ ଆସିପାରେ ଓ କରୋନାଜନିତ ମୃତ୍ୟୁ ଦ୍ବିଗୁଣିତ ହୋଇପାରେ ବୋଲି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବର୍ଧିତ କରୋନା ମାମଲାକୁ ରୋକିବା ପାଇଁ ସରକାର ୪ ସପ୍ତାହ ତାଲାବନ୍ଦ ଘୋଷଣା କରିଛନ୍ତି ଓ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ।

ହାଉସ ଅଫ୍ କମନ୍ସରେ ଦେଇଥିବା ଅଭିଭାଷଣରେ ଜନସନ କହିଛନ୍ତି ଯେ ସତର୍କତାର କୌଣସି  ବିକଳ୍ପ ନାହିଁ। ଯୁକ୍ତରାଜ୍ୟରେ କରୋନା ଦ୍ୱାରା ମୃତ୍ୟୁ ସଂଖ୍ୟା ସମଗ୍ର ୟୁରୋପରେ ସର୍ବାଧିକ | ଗୋଟିଏ ଦିନରେ ଏବେ ୨୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି | ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏହି ଶୀତରେ ମୃତ୍ୟୁ ସଂଖ୍ୟା୮୦୦୦୦ ଅତିକ୍ରମ କରିପାରେ ବୋଲି ଜନସନ କହିଛନ୍ତି । ସମ୍ପ୍ରତି ଇଂଲଣ୍ଡରେ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିଛି । ରୁଷରେ ସଂକ୍ରମିତଙ୍କ ସଂଖ୍ୟା ୧୬.୫୫ ଲକ୍ଷ ଅତିକ୍ରମ କରିଛି । ରୁଷରେ ବର୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଛନ୍ତି ।

- Advertisement -

ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ଼୍ରୋସ ଗାବ୍ରିଅସ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ସେ କହିଛନ୍ତି ଯେ ମୋର କୌଣସି କରୋନା ଲକ୍ଷଣ ନାହିଁ, ମାତ୍ର ସତର୍କତା ଦୃଷ୍ଟିରୁ ସେ ନିଜକୁ କ୍ବାରେଣ୍ଟାଇନ କରିଥିବା ସୂଚନା ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories