କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ସେନ୍ ୱାଟସନ୍
ଦୁବାଇ : ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ତଥା ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଚେନ୍ନଇ ସୁପରକିଙ୍ଗସ୍ (ସିଏସକେ)ର ବରିଷ୍ଠ ଅଲରାଉଣ୍ଡର ସେନ୍ ୱାଟସନ୍ ସୋମବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଅବସର ନେଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ପଦକ୍ଷେପ ନେଇଛନ୍ତି। ୨୦୧୮ ମସିହାରେ ଚେନ୍ନାଇ ସୁପରକିଙ୍ଗସକୁ ଟାଇଟଲ ଜିତାଇବାରେ ୩୯ ବର୍ଷୀୟ ସେନ୍ ୱାଟସନ୍ଙ୍କ ଭୂମିକା ଅବିସ୍ମରଣୀୟ। ୨୦୧୬ମସିହାରେ ୱାଟସନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଅଷ୍ଟ୍ରେଲିଆ ପାଇଁ ୩୦୭ଟି ମ୍ୟାଚ୍ ଖେଳିଛନ୍ତି।
ୱାଟସନଙ୍କ ଅନ୍ତର୍ଜାତୀୟ କ୍ୟାରିୟର
ବର୍ଷ | ମ୍ୟାଚ | ରନ | ସର୍ବାଧିକ | ଷ୍ଟ୍ରାଇକରେଟ | ଶତକ | ଅର୍ଦ୍ଧଶତକ | |
ଟେଷ୍ଟ(୨୦୦୫-୧୫) | ୫୯ | ୩୭୩୧ | ୧୭୬ | ୫୨.୬ | ୦୪ | ୨୪ | |
ଏକଦିବସୀୟ(୨୦୦୨-୧୫) | ୧୯୦ | ୫୭୫୭ | ୧୮୫(ନଟ ଆଉଟ) | ୯୦.୪ | ୦୯ | ୩୩ | |
ଟ୍ବେଣ୍ଟି-୨୦(୨୦୦୬-୧୬) | ୫୮ | ୧୪୬୨ | ୧୨୪ | ୧୪୫.୩ | ୦୧ | ୧୦ |
Comments are closed.