www.samajalive.in
Friday, December 12, 2025
14.1 C
Bhubaneswar

କଟକରେ ହେବ ଦୀପାବଳି ଓ କାଳୀ ପୂଜା, ଫୁଟିବ ବାଣ

କଟକ: କଟକ ସହରବାସୀଙ୍କ ପାଇଁ ଖୁସି ଖବର। କଟକରେ ଫୁଟିବ ବାଣ ଓ ଦୋକାନୀଙ୍କୁ ମିଳିବ ଲାଇସେନ୍ସ। ଆଉ କାଳୀପୂଜା ରେ ୪ ଫୁଟର ମୂର୍ତ୍ତି ହେବା ସହ କଟକରେ ମୃତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଫିସର । ଏଥିସହିତ ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ କଟକଣାରେ ପାଳନ ହେବ। ପୂର୍ବବର୍ଷ ଭଳି ବାଣ ଦୋକାନକୁ ଅନୁମତି ମିଳିବ। ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ। ଏହି ଅବସରରେ ସହରବାସୀ ବାଣ ଫୁଟାଇ ପାରିବେ ବୋଲି ଜଣାପଡ଼ିଛି।

- Advertisement -

କଟକ ଡିସିପି ପ୍ରତୀପ ସିଂହ କହିଛନ୍ତି ଯେ ଚଳିତ ବର୍ଷ କଟକ ସହରରେ ଦୀପାବଳି ପର୍ବ ଓ କାଳୀପୂଜା ଅନୁଷ୍ଠିତ ହେବ। କଟକରେ ଦୀପାବଳି ପର୍ବ ଓ କାଳୀ ପୂଜା ପାଳନ ପାଇଁ ଅନୁମତି ଦିଆଯିବ। ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ ପ୍ରଦାନ କରାଯିବ ଏବଂ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଫିସର ମୁତୟନ ହେବେ। କଟକରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳନ ହେବ କାଳୀ ପୂଜା ଏବଂ ଏଥିପାଇଁ ପୂଜାକମିଟିଗୁଡ଼ିକୁ ୪ ଫୁଟ୍‌ର ମୂର୍ତ୍ତି ନିର୍ମଣ ପାଇଁ ଅନୁମତି ଦିଆଯିବ। ପୂଜା କମିଟିର ସାତ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ। ଏହାସହ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରାଯିବ, ଯେଉଁଠି ମୂର୍ତ୍ତି ବିସର୍ଜନ କରାଯିବ। ପୂଜା ସମୟରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୫୦ ଅଫିସରଙ୍କୁ ମୁତୟନ କରାଯିବ। କଟକ ସହରରେ ସହରରେ କୋଭିଡ଼ ସ୍ଥିତିକୁ ନଜରରେ ରଖି ଦୂର୍ଗା ପୂଜା ଭଳି ଚଳିତବର୍ଷ କାଳୀପୂଜା ମଧ୍ୟ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହେବ।


ସେହିପରି ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୀପାବଳି ପର୍ବ ପାଳନ ସମୟରେ ବାଣ ବିକ୍ରି ପାଇଁ ଅସ୍ଥାୟୀ ବାଣ ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ଲାଇସେନ୍ସପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିପାରିବେ ବୋଲି ଡ଼ିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories