www.samajalive.in
Friday, December 12, 2025
14.1 C
Bhubaneswar

ଏନ୍‍.ଏଲ୍‍.ସିର ଲୋଇଲା ପରିବହନକୁ ବିରୋଧ ; ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ରେଙ୍ଗାଲି:  କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ କାରବାର ତଥା ଜନସାଧାରଣଙ୍କ ଦାବି ଏବଂ ତ୍ରିପାକ୍ଷିକ ବୈଠକ ରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ କରୁ ନଥିବାରୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ସମ୍ବଲପୁର ଜିଲ୍ଲା ର ଖିଣ୍ଡା ପଞ୍ଚାୟତ ରେ ପ୍ରତିଷ୍ଠିତ ଏନ୍‍.ଏଲ୍‍.ସି କମ୍ପାନୀ ତ ତଲାବିରା (୨) ଏବଂ (୩) କୋଇଲା ଖଣି ରୁ ଲୋଇଲା ପରିବହନ କୁ ବିରୋଧ କରାଯିବ ବୋଲି ଖଣି ବିସ୍ଥାପିତ ଏବଂ ଜମିହରା ପରିବାର ତଥା ନିର୍ବାଚିତ ଜନପ୍ରତିନିଧି ଆଜି ଜିଲ୍ଲାପାଳ ଶୁଭମ୍‍ ସକ୍‍ସେନା ଙ୍କୁ ଭେଟି ଏସଂକ୍ରାନ୍ତରେ ଦାବି ପତ୍ର ପ୍ରଦାନ କରିଛନ୍ତି।
ଖିଣ୍ଡା ସରପଞ୍ଚ ନୀଲାବତୀ ଓରାମ,କିଶୋର କୁମାର ସାହୁ,ହେମନ୍ତ କୁମାର ପାଣ୍ଡେ,ଧିରେନ୍ଦ୍ର କୁମାର ପ୍ରଧାନ,ଅଶୋକ କୁମାର ସାହୁ,ରାଜେନ୍ଦ୍ର ଦାସ,ସୁରେନ୍ଦ୍ର କୁମାର ପାଣ୍ଡେ,ରାକେଶରଞ୍ଜନ ତିଓାରୀ,ତରୁଣ କୁମାର ସେଠ ପ୍ରମୁଖ ବହୁ ବ୍ୟକ୍ତି ଙ୍କ ସ୍ୱାକ୍ଷରିତ ଦାବି ପତ୍ର ରେ କମ୍ପାନୀ କର୍ତ୍ତୃପକ୍ଷ ୨୦୧୯ ମସିହା ଡିସେମ୍ବର ୫ତାରିଖ ତ୍ରିପାକ୍ଷିକ ବୈଠକ ରେ ନିଯୁକ୍ତି,ବିସ୍ଥାପନ,ସ୍ଥାୟୀ ପାନୀୟ ଜଳ ଯୋଗାଣ ଆଦି ବିଷୟ ରେ ଗୃହୀତ ପ୍ରସ୍ତାବ ସମ୍ବନ୍ଧ ରେ ଦେଇଥିବା କୌୀଣସି ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ।  ଏହାବ୍ୟତୀତ ଗତ ତା.୮/୫/୨୦୨୦ ଦିନ ଉପ-ଜିଲ୍ଲାପାଳ,ରେଙ୍ଗାଲି ବିଧାୟକ,ଖିଣ୍ଡା ସରପଞ୍ଚଏବଂ ଏନ୍‍.ଏଲ୍‍.ସି ଓ ଅଦାନୀ କମ୍ପାନୀ ର ଉଚ୍ଚ ଅଧିକାରୀ ଙ୍କ ଉପସ୍ଥିତି ରେ ଦିଆଯାଇଥିବା ପ୍ରତିଶ୍ରୁତି କୁ ମଧ୍ୟ କାର୍ଯ୍ୟକାରୀ ନ କରି ୧୯୫୨ ମାଇନିଂ ଆକ୍ଟ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ଆଇନ୍‍ରେ ଥିବା ସର୍ତ୍ତ କୁ ଖୋଲା ଉଲଘଂନ କରି କୋଇଲା ପରିବହନ ପାଇଁ ହେଉଥିବା କୁ ତୀବ୍ର ବିରୋଧ କରାଯିବ ବୋଲି ଦାବି ପତ୍ର ରେ ଚେତାବନୀ ଦିଆଯାଇଛି। କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ନକରି ସର୍ବ ସାଧାରଣ ବ୍ୟବହାର କରୁଥିବା ଚାଲଟିକ୍ରା ରାସ୍ତା ରେ କୋଇଲା ପରିବହନ ପାଇଂ କମ୍ପାନୀ ଯୋଜନା କରୁଛି ବୋଲି ଅଭିଯୋଗ ହୋଇଛି। ଏହି ରାସ୍ତା ରେ କୋଇଲା ପରିବହନ କରାଗଲେ ଆଖ ପାଖ ର ଚାଷ ଜମି ନଷ୍ଟ ହେବା ସହିତ ଉତ୍ପାଦିତ ପନିପରିବା ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହେବା ର ଆଶଙ୍କା ରହିଛି। କମ୍ପାନୀ ରେ ଏଭଲି ମନମୁଖୀ କାରବାର କୁ ବିରୋଧ କରି କର୍ମଜୀବୀ ଏକତା ସଙ୍ଗଠନ ପକ୍ଷରୁ ଗତ ଅଗଷ୍ଟ ୧୦ ତାରିଖ ରୁ ରିଲେ ଅନଶନ ଚାଲିଛି। ସ୍ଥାନିୟ ନିଯୁକ୍ତି,ରାସ୍ତାଘାଟ. ସ୍ଥାୟୀ ପାନୀୟ ଜଳ ଯୋଗାଣ, ସ୍ଥାୟୀ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ର ସମାଧାନ କରା ନଗଲେ ଆମେ କୋଇଲା ପରିବହନ କୁ କରିବାକୁ ବାଧ୍ୟ ହେବୁ ବୋଲି ଦାବି ପତ୍ର ମାଧ୍ୟମ ରେ ଚେତବନୀ ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories