www.samajalive.in
Friday, December 12, 2025
14.1 C
Bhubaneswar

ମା’ ହେଲେ ବଲିଉଡ ଅଭିନେତ୍ରୀ ଅମୃତା ରାଓ

ୱେଲିଙ୍ଗଟନ୍‍ :  ବଲିଉଡ ଅଭିନେତ୍ରୀ ଅମୃତା ରାଓ ଗତକାଲି(ରବିବାର) ମାତୃତ୍ୱ ଲାଭ କରିଛନ୍ତି। ଅମୃତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବେ ଉଭୟ ଅମୃତା ଓ ତାଙ୍କ ନବଜାତ ପୁଅ ସୁସ୍ଥ ଥିବା ସୂଚନା ମିଳିଛି।

ବଲିଉଡର ସୁପରହିଟ୍ ଚଳଚ୍ଚିତ୍ର ‘ବିବାହ’ର ଅଭିନେତ୍ରୀ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଶେଷରେ ୨୦୧୬ରେ ରେଡିଓ ଜକି ଅନମୋଲ୍‌ଙ୍କୁ ସେ ବିବାହ କରିଥିଲେ। ପରେ କ୍ୟାରିୟରରୁ କିଛି ସମୟ ପାଇଁ ସେ ବିରତି ନେଇଥିଲେ। ସିନେଜଗତ​ରେ କ୍ୟାରିୟର ଆରମ୍ଭ ଦିନରୁ ନିଜ ବ୍ୟକ୍ତିଗତ ଜୀବନକୁ ସେ ଗଣମାଧ୍ୟମ ନିକଟରୁ ଦୂରେଇ ରଖିବାକୁ ପସନ୍ଦ କରୁଥିଲେ। ବର୍ଣ୍ଣାଢ୍ୟ ବିବାହ କରିଥିଲେ ସତ କିନ୍ତୁ ହାତଗଣତି କେତେଜଣ ଘନିଷ୍ଠ ଲୋକ ଓ ପରିବାର ସଦସ୍ୟ ହିଁ ଉପସ୍ଥିତ ଥିଲେ। ଗର୍ଭବତୀ ଥିବା ଅମୃତା ଏଇ ଖୁସି ଖବରକୁ ମଧ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରଖିଥିଲେ। ନିକଟରେ ଏକ ଚିକିତ୍ସାଳୟକୁ ଯିବା ସମୟରେ ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ସେ ଆସିଥିଲେ। ପରେ ଖବରଟି ପ୍ରଚାର ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories