www.samajalive.in
Saturday, December 13, 2025
14.1 C
Bhubaneswar

ଛେଳି ଚୋରି ଅଭିଯୋଗରେ ବାପ ଓ ପୁଅ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର କାଳିଚରଣ ମହାନ୍ତଙ୍କ ଗୁହାଳରୁ ଗତ ଶନିବାର ରାତି ୧୪ଟି ଛେଳି ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସକୁ ଅଭିଯୋଗ ମିଳିବା ପରେ ଗତକାଲି ପାଟଣା ଥାନା ଅଧିକାରୀ ସୋମନାଥ ଜେନା, ସବ୍ ଇନ୍ସପେକ୍ଟର ଶିବଶଙ୍କର ଆଲଦା, ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ୍ ପ୍ରମୁଖ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାଟଣା ଥାନା ଗୋରାସ ଗ୍ରାମରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଗୋରାସ ଗ୍ରାମର  ହରିଶ୍ ଚନ୍ଦ୍ର ସେଠୀଙ୍କ ଘରୁ ଚୋରି ହୋଇଥିବା ୧୨ଟି ଛେଳିକୁ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର ଛେଳି ଗୁଡ଼ିକୁ ଅଭିଯୋଗକାରିଣୀ କୁଣ୍ଡୁଳା ଗ୍ରାମର କାଳିଚରଣ ମହାନ୍ତିଙ୍କ ପତ୍ନୀ ନିର୍ମଳା ମହାନ୍ତଙ୍କ ଜିମା ଦିଆ ଯାଇଛି। ଛେଳି ଚୋରି ଅଭିଯୋଗରେ ଗୋରାସ ଗ୍ରାମର ହରିଶ୍ ଚନ୍ଦ୍ର ସେଠୀ(୫୪) ଓ ପୁଅ ଭୀମସେନ ସେଠୀ(୨୮)ଙ୍କୁ ପାଟଣା ଥାନା କେଶ ନମ୍ବର ୧୬୫/୨୦ ମୂଳେ ଦଫା ୩୭୯ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶିବପ୍ରସାଦ ଆଇଚ ସୂଚନା ଦେଇଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories