www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟ କୋଠା ନିର୍ମାଣ ପାଇଁ ଭୂମିପୂଜମନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକଠାରେ ନୂତନ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ(ଜେ.ଏମ.ଏଫ.ସି କୋର୍ଟ) ନୂତନ କୋଠା ନିର୍ମାଣ ପାଇଁ ସୋମବାର ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୂମିପୂଜନ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ଦୌରାଜଜ୍‍ ଅରବିନ୍ଦ କୁମାର ଗୁରୁ, ଜିଲ୍ଲା ରେଜିଷ୍ଟର ପ୍ରୀତିଶ୍‍ କୁମାର ରାଉତରାୟ, ହରଭଙ୍ଗା ଓକିଲ ସଂଘ ସଭାପତି ଅକ୍ଷୟ କୁମାର ସାହୁ, ସ୍ଥାନୀୟ ବି.ଡି.ଓ ନୀଳକ୍‍ଣ୍ଠ ବେହେରା, ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଓକିଲ ସଂଘ ସଂପାଦକ ରଞ୍ଜିତ ପ୍ରଧାନ, ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ବାବୁଲି ହେମ୍ବ୍ରମ୍‍ ପ୍ରମୁଖ ଯୋଗଦାନ କରିଥିଲେ। ୩କୋଟି ୧୬ଲକ୍ଷ ୯୭୭ଟଙ୍କା ବ୍ୟୟବରାଦରେ ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟର ନୂତନ କୋଠା ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ହରଭଙ୍ଗାରେ ପ୍ରଥମ ଶ୍ରେଣୀ ବିଚାବିଭାଗୀୟ କୋର୍ଟ ଶୁଭାରମ୍ଭ ହେଲେ ବହୁ ଫୌଜଦାରୀ ଏବଂ ଦେବାନୀ ମାମଲା ସମାଧାନ ପାଇଁ ଆଉ ଜନସାଧାରଣଙ୍କୁ ବାରମ୍ବାର ବୌଦ୍ଧ ଦୌଡିବାକୁ ପଡ଼ିବନାହିଁ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories