www.samajalive.in
Saturday, December 13, 2025
23.1 C
Bhubaneswar

ଟୁର୍ଚ୍ଚାକାନି ଗାଁରେ ସଂଘବଦ୍ଧ ଆକ୍ରମଣ ଯୁବକ ଆହତ, ଥାନାରେ ଲିଖିତ ଅଭିଯୋଗ

ମୁରିବାହାଲ : ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୁର୍ଚ୍ଚାକାନି ଗାଁର ଶନିବାର ସକାଳ ସମୟରେ ସତ୍ୟବାନ ଭୋଇଙ୍କୁ ସେହି ଗ୍ରାମର ବେଲାରସନ ସରାଫ  ଓ ତାଙ୍କ ପରିବାର  ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଏହି ସଂଘବଦ୍ଧ ଆକ୍ରମଣରେ ସତ୍ୟବାନ  ଭୋଇ  ମୁଣ୍ଡ, ହାତ ଓ  ଗୋଡ଼ରେ  ଅନେକ  ଆଘାତ ହୋଇଛି । ବେଲାରସନ ଜାତିଆଣ ଭାଷାରେ  ଗାଲିଗଲଜ କରି ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ । କହିବାରୁ ସତ୍ୟବାନ ଭୟବୀତ ହୋଇ ଜିଲ୍ଲା କନ୍ଧ ସମାଜ  ଯୁବ ସଂଗଠନ ବଲାଙ୍ଗିର ଶାଖା ମୁରିବାହାଲର କର୍ମକର୍ତ୍ତାମାନଙ୍କୁ ଜଣାଇଥିଲେ । ଯୁବ ସଂଗଠନର ବ୍ଲକ ସଭାପତି ଓ ଅନ୍ୟାନ୍ୟ ଉପସ୍ଥିତ ରହି ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ସମ୍ପର୍କରେ ମୁରିବାହାଲ ଥାନା ଆଇଆଇସି ତାରା ଜସ୍ମିନ ଗୁରିଆରେ ରୁଜୁ କରି ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories