www.samajalive.in
Thursday, December 11, 2025
18.1 C
Bhubaneswar

ଜୁଆଆଡାରେ ଚଢାଉ ; ନଗଦ ଟଙ୍କା ସହ ୯ ଜଣ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଟାଉନ ଥାନା ପୁଲିସ ଗତକାଲି ରାତ୍ରରେ ନବରଙ୍ଗପୁର ସହରରେ ଚାଲିଥିବା ଏକ ଜୁଆଆଡା ଉପରେ ଚଢାଉ କରି ସେଠାରୁ ୯ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୨ ହଜାର ୫୭୦ ଟଙ୍କା ଜବତ କରିଥିବା ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି । ଆଜିର ଏହି ଚଢାଉ ରେ ନବରଙ୍ଗପୁର ଅତିରିକ୍ତ ଥାନା ଅଧିକାରୀ  ପ୍ରମିଳା ବିଡ଼ିକା, ଏସଆଇ ରାକେଶ ବେହେରା, ରାଧାକାନ୍ତ ବାରିକ ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଥାଉକି ଯେ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳ ତଥା କୋଡୀଙ୍ଗା, ଡାବୁଗାଁ, ଆଦି ସ୍ଥାନ ମାନଙ୍କରେ ପ୍ରଚୁର ପରିମାଣରେ ଜୁଆଆଡା ଚାଲିଥିବା ବେଳେ ପୁଲିସ ପାଖରେ ଖବର ଥାଇ ମଧ୍ୟ ସେମାନଂକୁ ଧରିବାରେ ଅସମର୍ଥ ହୋଇଅଛି । ଜୁଆଡ୍ଡୀ ମାନେ କାଜୁବାଡି, ଜଙ୍ଗଲକୁ ସେମାନଙ୍କ ଆଡ୍ଡା ସ୍ଥଳୀ ଭାବେ ବ୍ୟବହାର କରି ପୁଲିସକୁ ଚକମା ଦେବାରେ ସଫଳ ହେଉଥିବା ବେଳେ ଜୁଆ ଖେଳ ପ୍ରତି ଯୁବକ ମାନେ ଆକୃଷ୍ଟ ହୋଇ ସର୍ବସ୍ୱାନ୍ତ ହୋଇ ଖରାପ ରାସ୍ତା ଆଡକୁ ଯୁବପିଢ଼ି ଗତି କରୁଥିବା ଦେଖାଦେଇଛି । ଏଣୁ ଜିଲ୍ଲା ପୁଲିସ ପକ୍ଷରୁ ଜୁଆ ଆଡ୍ଡା ଗୁଡିକ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories