www.samajalive.in
Tuesday, December 9, 2025
15.1 C
Bhubaneswar

ଗ୍ୟାସ ନିଆଁରେ ପୋଡି ହୋଇ ପୂର୍ବତନ ସରପଞ୍ଚ ଗୁରୁତର

ରଗଡି : କୋରେଇ ବ୍ଲକ ପଚ୍ଛିକୋଟ ପଞ୍ଚାୟତର  ପୂର୍ବତନ ସରପଞ୍ଚ  ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ଶ୍ରୀମତୀ ଲୀନା ସାହୁ  ଗ୍ୟାସ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ  ଚିକିତ୍ସା ନିମନ୍ତେ କଟକ ନିଆଯାଇଛି ।  ସୂଚନା ଥାଉକି ରବିବାର ଭୋର ୪ଟା ସମୟରେ ଶ୍ରୀମତୀ ସାହୁ ପ୍ରାତଃଭ୍ରମଣରେ ଯିବା ପୂର୍ବରୁ ପାଣି ଗ୍ୟାସରେ ଗରମ କରିଥାନ୍ତି ।  ସେ ପ୍ରତ୍ୟେକ ଦିନ ଭଳି ରୋଷେଇ ଘର କବାଟ ଖୋଲି  ପାଣି ଗରମ କରିବା ପାଇଁ ଚୁଲାରେ ଅଗ୍ନି ସଂଯୋଗ କରିବା କ୍ଷଣି ପୂର୍ବରୁ ଘର ମଧ୍ୟରେ ଖୋଲା ରହିଥିବା ଗ୍ୟାସ ଯୋଗୁଁ ଏକ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ଏହା ଦ୍ୱାରା ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଝରକା କାଚ କବାଟ ଭାଙ୍ଗି ଯାଇଥିବା ଜଣାଯାଇଛି ।  ଯାହା ଫଳରେ ଶ୍ରୀମତୀ ସାହୁଙ୍କ ଦେହର ୭୦ଭାଗ  ଅଂଶ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories