www.samajalive.in
Friday, December 12, 2025
16.1 C
Bhubaneswar

କରୋନା ସଂକ୍ରମିତ ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କ ପରଲୋକ

ଚେନ୍ନଇ : କରୋନାରେ ସଂକ୍ରମିତ ହୋଇଥିବା ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କର ଚେନ୍ନଇର କାବେରୀ ହସ୍ପିଟାଲରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ପାପାନାସାମ ଆସନରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

କାବେରୀ ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଅରବିନ୍ଦ ସେଲବରାଜ ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କହିଛନ୍ତି ଯେ ମନ୍ତ୍ରୀଙ୍କୁ ଜୀବନ ସହାୟତା ବ୍ୟବସ୍ଥାରେ ରଖିଯାଇଥିଲା, କିନ୍ତୁ  ତାଙ୍କ ଅବସ୍ଥା ଗୁରୁତର ଥିଲା।  କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ଦୋରଇକନ୍ନୁ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ସିଟି ସ୍କାନ ଅନୁଯାୟୀ ତାଙ୍କ ଫୁସଫୁସର ୯୦ ପ୍ରତିଶତ ସଂକ୍ରମିତ ହୋଇଥିଲା ଓ ତାଙ୍କୁ ଆଇଏସଏମଓ ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା।

- Advertisement -

ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ମାଆଙ୍କ ଶେଷକୃତ୍ୟରେ ଯୋଗଦେବାକୁ  ଅକ୍ଟୋବର ୧୩ରେ ସେ ଯେତେବେଳେ ସାଲେମ ଯାଉଥିଲେ ସେତେବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। କାରରେ ଯାତ୍ରା କରୁଥିବା ଦୋରଇକନ୍ନୁଙ୍କୁ ତୁରନ୍ତ ଭିଲୁପୁରମସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ କାବେରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଗତ ରାତିରେ ତାଙ୍କର ପରଲୋକ ଘଟିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories