www.samajalive.in
Sunday, December 7, 2025
13.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟି-୪, କଟକ ରୋଡ଼ ରାସ୍ତା ମରଣଯନ୍ତା

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରମୁଖ ତଥା ବ୍ୟସ୍ତ ବହୁଳ ରାସ୍ତା ଭାବେ ପରିଗଣିତ କଟକ ରୋଡ୍ ମୃତ୍ୟୁଯନ୍ତା ପାଲଟିଛି। ଏହି ରାସ୍ତାର ଆରମ୍ଭରୁ କଳ୍ପନା ପର୍ଯ୍ୟନ୍ତ ଲମ୍ବିଥିବା ୭ କିଲୋମିଟର ରାସ୍ତା ଗତ କିଛି ବର୍ଷ ଧରି ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଯାତାୟାତ କରିବା ସମ୍ଭବ ହେଉନାହିଁ। ରସୁଲଗଡ ଟ୍ରାଫିକ୍ ଛକରୁ କଳ୍ପନା ଯିବା ବାଟରେ ରାସ୍ତା ସାରା ଖାଲ ା କେଉଁଠି କେବୁଲ୍ ପାଇଁ ରାସ୍ତା ଖୋଳାଯାଇଛି କେଉଁଠି ସ୍ବେରେଜ ଗାଢ଼। ଜାତୀୟ ରାଜପଥ ରସୁଲଗଡ ଫ୍ଲାଏଓଭର ବ୍ରିଜ୍ ପାଶ୍ୱର୍ର ୨ଟି ସର୍ଭିସ ରୋଡ଼ ଦୀର୍ଘଦିନ ଧରି ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ଗତବର୍ଷ ଦୁର୍ଗାପୂଜା ସମୟରେ ଏହାକୁ ଅସ୍ଥାୟୀ ଭାବେ ଜାତୀୟ ରାଜପଥ ମରାମତି କରିଥିଲା। ଇତି ମଧ୍ୟରେ ସେ ସବୁ ନଷ୍ଟହୋଇ ଖାଲଖମା ହୋଇଛି ା ଉଭୟପାର୍ଶ୍ବ ଡ୍ରେନେଜ୍ କାର୍ଯ୍ୟ ହୋଇ ପାରିନାହିଁ। ଯେଉଁଥିରେ ଗାଡି ମୋଟର ଯାତାୟାତ କରିବା ସମ୍ଭବ ହୋଇ ନଥାଏ। ସେହିପରି ଓପିଟିସିଏଲ୍ ପକ୍ଷରୁ ସ୍ମାର୍ଟସିଟି ପ୍ରକଳ୍ପରେ କଟକ ରୋଡ୍ ଅଞ୍ଚଳରେ ରାସ୍ତା ତମାମ୍ ବିଦ୍ୟୁତ୍ ସେବା ପାଇଁ ପାଇପ୍ ବିଛା ଯାଇଥିବା ବେଳେ ଗତ କିଛି ମାସ ହେଲା ସେହି ସ୍ଥାନ ଗୁଡିକ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲେ ବି ଏବେ ଖାଲଖମାରେ ପରିଣତ ହୋଇଛି। କୋଚିଳେଇ ହାଟ ଠାରୁ ସନ୍ତୋଷୀ ମା’ ମନ୍ଦିର ପର୍ଯ୍ୟନ୍ତ ଏବେବି ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ରାସ୍ତା ଉପରେ ମଇଳା ପାଣି ଭାସୁଛି। ସେହିପରି ବମିଖାଲ ନିକଟ ରାସ୍ତା ମଝିରେ ଗତ ମାସକ ତଳେ ପାନୀୟ ଜଳ ପ୍ରକଳ୍ପର ପାଇପ୍ ଫାଟି ପାଣି ଲହଡି ମାରୁଥିବା ବେଳେ ତାର ମରାମତି ହୋଇ ପାରିନାହିଁ। କଳ୍ପନା ସ୍ମୃତି ହେଟେଲ୍ ପାଖରେ କେବୁଲ ଖାଲ ଯୋଗୁ ରାସ୍ତା ଅଣଓସାରିଆ ହୋଇଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। କଳ୍ପାନାରୁ କଟକ ଅଭିମୁଖେ ଆସୁଥିବା ବସ୍ ଗୁଡିକ ଟ୍ରାଫିକ୍ ଛକ ପାଖରେ ଷ୍ଟପ୍ କରୁଥିବା ବେଳେ ସେଠାରେ ରାସ୍ତାର ପିଚୁ ନଷ୍ଟ ହୋଇ ବୃହତ ଖାଲ ସୃଷ୍ଟି ହୋଇଛି। କଳ୍ପନା ବସ୍ ଷ୍ଟପ୍ ଠାରୁ ରସୁଲଗଡ ପର୍ଯ୍ୟନ୍ତ ବାମ ପାଶ୍ୱର୍ରେ ଥିବା ଡ୍ରେନ୍ ଗୁଡିକ ମୁକୁଳା ପଡ଼ିଥିବାରୁ ଲୋକେ ସେଥିରେ ପଡ଼ି ଗୁରୁତର ହେଉଥିବା କହିଛନ୍ତି। ଏହି ମୁଖ୍ୟ ରାସ୍ତା କାର୍ଯ୍ୟ ଗତ ୨୦୧୯ ସୁଦ୍ଧା ଡ୍ରେନ୍ ଓ ରାସ୍ତା କାମ ଶେଷ ହେବାକୁ ଥିବା ବେଳେ ଏବେ ସୁଦ୍ଧା କାର୍ଯ୍ୟର ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ।

- Advertisement -

ସ୍ମାର୍ଟସିଟି ନାମରେ ବିଏମସି ନିରବ
ସ୍ମାର୍ଟସିଟି ପ୍ରକଳ୍ପରେ ବିଭିନ୍ନ କାମ ହେଉଥିବା ଆଳ ଦେଖାଇ ସାଧାରଣ ଭାବେ ରାସ୍ତାର ମରାମତି ଏବଂ ଡ୍ରେନ୍ ଗୁଡିକ ସଂପୂର୍ଣ୍ଣ କରିବା ବିଏମସିର ଦାୟିତ୍ୱ ହୋଇଥିଲେ ବି ନିରବ ବସିଛି। ଯେଉଁଥି ପାଇଁ ବିଭିନ୍ନ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୁର୍ଘଟଣାର ସାମ୍ନା କରୁଛନ୍ତି।
କାର୍ଯ୍ୟଶେଷ ହେବ କେବେ ?
ସ୍ମାର୍ଟ ସିଟି ପ୍ରକଳ୍ପରେ ରସୁଲଗଡ ଠାରୁ କଳ୍ପନା ପର୍ଯ୍ୟନ୍ତ ୭କିଲୋମିଟର ରାସ୍ତା, ଡ୍ରେନ୍ , ପାନୀୟଜଳ, ​‌େ​‌ସ୍ୱରେଜ୍, ବିଦ୍ୟୁତ୍ ଆଦି କାର୍ଯ୍ୟ ୨ବର୍ଷ ତଳୁ ଆରମ୍ଭ ହୋଇଥିଲେ ବି ଏବେ ସୁଦ୍ଧା ସରିବାର ନାଁ ନାହିଁ। ଏଥିପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏକାଧିକ ବିଭାଗ ଏହି କାର୍ଯ୍ୟ ଦାୟିତ୍ୱରେ ଅଛନ୍ତି। ୨୦୧୯ ସୁଦ୍ଧା ଏଗୁଡିକ ଶେଷ ହେବାର ଅବଧି ଥିବା ବେଳେ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ତେବେ ନିର୍ଦିଷ୍ଟ ଭାବେ କେବେ ଶେଷ ହେବ ଏହାର ଉତ୍ତର କାହା ପାଖରେ ନାହିଁ।
ପାର୍କିଂରେ ଯାଉଛି ଅଧାରାସ୍ତା
ଏହି ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ପ୍ରକାର ପୁରାତନ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟ ଏବଂ ବାସଗୃହ ରହିଛି। ଦିନକୁ ଦିନ ଏହି ରାସ୍ତାରେ ଗମନାଗମନ ଯେତିକି ବୃଦ୍ଧି ପାଉଛି ସେହି ଅନୁପାତରେ ରାସ୍ତାର ଚଉଡ଼ା ନାହିଁ। ଖାଲଖମା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଅଧିକାଂଶ ପାର୍କିଂରେ ବ୍ୟବହାର ହେଉଥିବା ଲୋକଙ୍କୁ ଅସୁବିଧାରେ ପକାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories