www.samajalive.in
Saturday, December 13, 2025
14.1 C
Bhubaneswar

ସେମାନଙ୍କୁ ଯୋତା ମାଡ଼ ଦରକାର: ପାକିସ୍ତାନର ’ପୁଲୱାମା ସ୍ବୀକାରୋକ୍ତି’ ପରେ ପ୍ରଶ୍ନ ଉଠାଇଥିବା ନେତାଙ୍କ ସମ୍ପର୍କରେ ଏମିତି କହିଲେ କେନ୍ଦ୍ରମନ୍ତ୍ରୀ

ପୁଲୱାମା ଆକ୍ରମଣ ପାକିସ୍ତାନ ଘଟାଇଥିଲା । ଇମ୍ରାନ ସରକାରଙ୍କର ଏହା ବଡ଼ ଉପଲବ୍ଧି । ଏହି କଥା ପାକିସ୍ଥାନ ସ୍ବୀକାର କରିବା ପରେ ପୂର୍ବତନ ସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ  ଭି.କେ.ସିଂହ ବିରୋଧୀଙ୍କୁ କଟୁ ସମାଲୋଚନା କରିଛନ୍ତି । ସେତେବେଳେ ପୁଲୱାମା ବିସ୍ଫୋରଣ ଓ ବାଲାକୋଟ ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକମାନଙ୍କୁ ସାଧାରଣ ଲୋକମାନେ ଯୋତାମାଡ଼ କରିବା ଦରକାର ବୋଲି ଜେନେରାଲ ଶ୍ରୀ ସିଂହ କହିଛନ୍ତି ।

ଗତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ପୁଲୱାମାରେ ସୁରକ୍ଷା ବାହିନୀ  ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସେତେବେଳେ ବିରୋଧୀ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଥିଲେ।  ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା  ପୁଲୱାମା ଆକ୍ରମଣରେ ମୋଦୀଙ୍କ ହାତ ରହିଛି ଓ ନିର୍ବାଚନରେ ଜିତିବା ପାଇଁ ଏହି ଘଟଣା ଘଟାଇଥିବା ଅଭିଯୋଗ କରିଥିଲେ ।  ବାଲାକୋଟ ଆକ୍ରମଣରେ କ୍ଷୟକ୍ଷତିର ପ୍ରମାଣ ପ୍ରକାଶ କରିବା ପାଇଁ ମିଳିତ ଜାତିସଂଘ କମିଟି ଗଠନ କରିବାକୁ ଭାରତ ଅନୁରୋଧ କରିବା ଉଚିତ।

- Advertisement -

ପୁଲୱାମାରେ ସିଆରପିଏଫ୍ କାରକେଡ଼ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତ ଥିବା ପାକିସ୍ତାନର ଇମ୍ରାନ ଖାନ ସରକାରର ମନ୍ତ୍ରୀ ଫୱାଦ ଚୌଧୁରୀ ଏକ ବିବୃତ୍ତିରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ହେଉଛି ପାକିସ୍ତାନର ସଫଳତା। ଫୱାଦ ଚୌଧୁରୀ ପୁଲୱାମା ଆକ୍ରମଣ ପାଇଁ ଇମ୍ରାନ ଖାନ ଏବଂ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ଇମ୍ରାନ ଖାନଙ୍କ ପାଇଁ ଏକ ସଫଳତା।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories