www.samajalive.in
Wednesday, December 10, 2025
15.1 C
Bhubaneswar

ଭର୍ଚୁଆଲ ପ୍ଲାଟଫର୍ମରେ “ଶ୍ରୀଦୂର୍ଗା ସମ୍ମାନ” ପ୍ରଦାନ

ପାଟଣା : ଢେଙ୍କିକୋଟ ଟିକିରା ଶ୍ରୀଦୂର୍ଗା ପୂଜା କମିଟି ପକ୍ଷରୁ ୩୩ତମ ବଜୟାଦଶମୀ ଅବସରରେ କୋଭିଡ କଟକଣାକୁ ଆଖି ଆଗରେ ରଖି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରୀଦୂର୍ଗା ସମ୍ମାନ-୨୦୨୦ ପ୍ରଦାନ କରିଛି । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ପ୍ରଶାସନିକ ସେବାରୁ ଅବସରପ୍ରାପ୍ତ ପ୍ରଶାସକ ଗୋସ୍ୱାମୀ ଗୋଲାମ ଦେବତା ଯୋଗ ଦେଇ ପ୍ରତିଭାଧରଙ୍କୁ ସମ୍ମାନୀତ କରିଛନ୍ତି । କାର୍ଯ୍ୟକ୍ରମରେ ଜଣାଶୁଣା ସଂଗଠକ ତଥା ଶିକ୍ଷାବିତ ପଦ୍ମଲୋଚନ ସାହୁ , ଗଣମାଧ୍ୟମ ପ୍ରତିନିଧି ସଂଜୀବ ସାହୁ ଓ ମରଣୋତ୍ତର ଶ୍ରୀଦୂର୍ଗା ସମ୍ମାନ ବିଶିଷ୍ଟ ସାମ୍ବାଦିକ ସଂଗଠକ ଧିରେନ୍ଦ୍ର ରାଉତଙ୍କୁ ପ୍ରଦାନ କରାଯାଇଛି । ସ୍ୱର୍ଗତଃ ରାଉତଙ୍କ ପକ୍ଷରୁ ଜିଲ୍ଲା ପ୍ରେସ କ୍ଲବ ଉପସଭାପତି ପ୍ରଦୀପ କୁମାର ମହାନ୍ତି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଶ୍ରୀଦୂର୍ଗା କମିଟିର ସଭାପତି ସନ୍ତୋଷ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସଂପାଦକ ଅରମ ସିଂ, ପିତବାସ ପଟ୍ଟନାୟକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories