www.samajalive.in
Friday, December 12, 2025
14.1 C
Bhubaneswar

ନଭେମ୍ବର ୩୦ ଯାଏଁ ବଢିଲା ଅନଲକ ଗାଇଡଲାଇନ; ଆନ୍ତଃରାଜ୍ୟ ଓ ଜିଲା ମଧ୍ୟରେ ଯାତାୟତରେ ନାହିଁ କୌଣସି କଟକଣା

ନୂଆଦିଲ୍ଲୀ: ନଭେମ୍ବର ୩୦ ଯାଏଁ ବଳବତ୍ତର ରହିବ ସେପ୍ଟେମ୍ବରର ଅନଲାଇନ ଗାଇଡଲାଇନ । କଣ୍ଟେନମେଣ୍ଟ ଜୋନରେ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିବ ଲକଡାଉନ କଟକଣା । ଆନ୍ତଃଜିଲା ଓ ଆନ୍ତରାଜ୍ୟ ମଧ୍ୟରେ ଯାତାୟତରେ ନେଇ କୌଣସି କଟକଣା ନହିଁ , ଅନୁମତି ମଧ୍ୟ ଦରକାର ନାହିଁ । ଏ ନେଇ ସ୍ବାରଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନଲକ୍ ଅବଧି ବଢିବାର ନୂଆ ଗାଇଡଲାଇନ ଜାରି କରାଯାଇଛି।

ସେପ୍ଟେମ୍ବର ମାସରେ ୫୦% ଦର୍ଶକଙ୍କୁ ନେଇ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିପାରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଥିଲା। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସମସ୍ତ ସିନେମା ହଲ, ଥ୍ରୀଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକ ଅକ୍ଟୋବର ୧୫ରୁ ଖୋଲିବ ବୋଲି ଅନୁମତି ମିଳିଥିଲା।

- Advertisement -

ସେହିପରି ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତ ମୂଳକ ଅନୁମତି ଦେଇଥିଲେ। ତଥାପି ଅଧିକାଂଶ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇ ନାହାନ୍ତି।

ଅନଲକ-୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା। ଏହା ନଭେମ୍ବର ମାସରେ ମଧ୍ୟ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନ ବାହାରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ୟ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗଦେଇପାରିବେ।

ତେବେ ଯେଉଁ ସବୁ ବନ୍ଦ କୋଠରୀରେ ଉପରୋକ୍ତ ସାମାବେଶ ହେଉଥିବ ସେଠାରେ କେବଳ ୫୦% ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏଠାରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି। ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମାବେଶରେ ପଡ଼ିଆର ଆକାରକୁ ଦେଖି ରାଜ୍ୟ ସରକାରମାନେ ସମାବେଶ ପାଇଁ ଅନୁମତି ଦେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories