www.samajalive.in
Friday, December 12, 2025
27.1 C
Bhubaneswar

ବିନିକା ଓ ଶଙ୍କରା ଗ୍ରାମରେ ମାଁ ନାରାୟଣୀଙ୍କ ପୂଜାର୍ଚ୍ଚନା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ସ୍ଥିତ ମାଁ ନାରାୟଣୀ ଦେବୀଙ୍କ ପୀଠରେ ଚଳିତ ଆଶ୍ଵିନ ମାସର ନିର୍ଦ୍ଧାରିତ ମହାଷ୍ଟମୀ ତିଥିରେ ଦେବୀଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅନ୍ତର୍ଗତ ଶଙ୍କରା ଗ୍ରାମର ଇଷ୍ଟଦେବୀ ମାଁ ନାରାୟଣୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମହାମାରୀ କରୋନା ବିପତ୍ତି ପରିସ୍ଥିତି ପାଇଁ ବିନା ଭକ୍ତରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକାର ଇଷ୍ଟଦେବୀ ମାଁ ନାରାୟଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ମହାଷ୍ଟମୀ ତିଥିରେ ଦେବୀଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶଙ୍କରା ଗ୍ରାମରେ ମଧ୍ୟ ସେଭଳି ସ୍ନାନଯାତ୍ରା କରା ଯାଇଥିଲା। ଏହି ଅବସରରେ ବିନିକା ସହରରେ ମାଁ ନାରାୟଣୀ ପରିକ୍ରମା କରି ଘରେଘରେ ପୂଜା ପାଇଥିଲେ। ସେହିପରି ବ୍ଲକ ଅନ୍ତର୍ଗତ ଶଙ୍କରା ଗ୍ରାମରେ ମଧ୍ୟ ଗ୍ରାମ୍ୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହଯୋଗରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ପରେ ମାଁ ନାରାୟଣୀ ଦେବୀଙ୍କ ଗ୍ରାମ ପରିକ୍ରମା ଆରମ୍ଭ ହୋଇ ଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories