www.samajalive.in
Wednesday, December 10, 2025
14.1 C
Bhubaneswar

ସୁଆଦିଆ ନଡ଼ିଆ ମଣ୍ଡା

ପର୍ବପର୍ବାଣିରେ ମଣ୍ଡାପିଠା ଘରେ ନହେଲେ ପର୍ବର ମହକ ଲାଗେନି।
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ ଚୁନା ୩୦୦ଗ୍ରାମ, ନଡିଆ କୋରା- ୧୫୦ ଗ୍ରାମ, ଗୁଡ କିମ୍ବା ଚିନି ୫୦ଗ୍ରାମ, ଗୋଲମରିଚ ଓ ଗୁଜରାତି ଗୁଣ୍ଡ ୨ ଚାମଚ, ଆବଶ୍ୟକତା ଅନୁସାରେ ଲୁଣ ଓ ପାଣି।
ପ୍ରସ୍ତୁତି : ଗ୍ୟାସ୍‌ରେ କଡେଇ ବସାଇ କୋରା ହୋଇଥିବା ନଡିଆ ପକାଇ କିଛି ସମୟ ଭାଜିବେ। ନଡିଆର ପାଣି ଅଂଶ ଶୁଖିଗଲେ ଗୁଡ ପକାଇବେ। ଏହାପରେ ଟିକେ ପାଣି ଦେଇ ଗୋଳାଇଦେବେ ଯେପରିକି ନଡିଆ ଏବଂ ଗୁଡ ଭଲଭାବେ ମିଶିଯିବ। ଏବେ ଏଥିରେ ଗୁଜରାତି ଓ ଗୋଲମରିଚ ଗୁଣ୍ଡ ପକାଇଦେବେ। ଆଉ କିଛି ସମୟ ଗୋଳାଇ ଏକ ପାତ୍ରରେ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏବେ ଘୋଳ ପ୍ରସ୍ତୁତି ନିମନ୍ତେ ଚୁଲା ଜଳାଇ ପାତ୍ର ଗରମ କରି ଏଥିରେ ଏକ ଗ୍ଲାସ ପାଣି ଦିଅନ୍ତୁ। ଛୋଟ ଚାମଚରେ ଚାମଚେ ଲୁଣ ପକାଇ ଧୀରେଧୀରେ ଚାଉଳ ଚୁନା ପକାଇ ଭଲଭାବେ ଗୋଳାଇବେ। ଜନ୍ତି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା ହେବାକୁ ଛାଡିଦେବେ। କିଛି ସମୟ ପରେ ଘୋଳ ଥଣ୍ଡା ହୋଇଗଲେ ଛୋଟଛୋଟ ଗୁଳା କରି ତା’ ଭିତରେ ଭଜା ନଡିଆ ପୂର ଦେଇ ବନ୍ଦ କରନ୍ତୁ। ଏବେ ଏକ ପାତ୍ରରେ ପାଣି ଗରମ କରିବେ। ପାଣି ଫୁଟିଗଲେ ଏହି ପିଠାଗୁଡିକୁ ପକାଇଦେବେ। ପିଠା ସିଝିଗଲେ ଉପରକୁ ଉଠିଆସିବ। ଏବେ ପିଠାଗୁଡିକୁ ପ୍ଲେଟ୍‌କୁ କାଢି ଏହା ଉପରେ କିଛି ଭଜା ନଡିଆ କୋରା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡିଆ ମଣ୍ଡା।

ବାସନ୍ତୀ କରଣ, ମଧୁବନ, ପୁରୀ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories