www.samajalive.in
Saturday, December 13, 2025
26.1 C
Bhubaneswar

ସାହାଯ୍ୟ ପାଇଁ ପୁଣି ଆଗେଇ ଆସିଲେ ସୋନୁ ସୁଦ୍‍; ୧୦ ବର୍ଷିୟ ଝିଅର କରାଇବେ ଅପରେସନ୍‍

ନୂଆଦିଲ୍ଲୀ: ପୁଣିଥରେ ନିଜ ମହାନତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ଼ ଅଭିନେତା ସୋନୁ ସୁଦ୍‍। କରୋନା କାଳରେ ଅନେକ ଲୋକଙ୍କୁ ସାହାଯ୍ୟ କରି ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଥିବା ସୋନୁ ଏବେ ଏକ ଶିଶୁର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି। ସୋନୁଙ୍କୁ ଗୋଟିଏ ଗରିବ ଝିଅର ଅପରେସନ୍ ପାଇଁ ସହାୟତା କରିବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଇଛି।

ଟ୍ୱିଟରରେ ପିଟର ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ୟୁଜର୍ ଏକ ଟ୍ୱିଟରରେ ଲେଖିଛନ୍ତି, ସୋନୁ ସୁଦ ସାର୍, ଏକ ୧୦ ବର୍ଷର ଝିଅ ଯିଏ ମୁମ୍ବଇରେ ନିଜର ପିତାମାତାଙ୍କ ସହ ରହୁଛି, ସେମାନେ ବହୁତ ଗରିବ। ଏହି ଛୋଟ ଝିଅଟିର ମେରୁଦଣ୍ଡ ହାଡ ଫାଟିଯିବା କାରଣରୁ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ କହିଛନ୍ତି। ହେଲେ ଅର୍ଥ ଅଭାବରୁ ଏହା ସମ୍ଭବପର ହୋଇପାରୁନାହିଁ । ଦୟାକରି ସେହି ଶିଶୁଟିକୁ ସାହାଯ୍ୟ କରନ୍ତୁ।

- Advertisement -

ଏହାର ଉତ୍ତରରେ ସୋନୁ କହିଛନ୍ତି, ଚାଲନ୍ତୁ ଏହି ଛୋଟ ଶିଶୁଟିକୁ ସୁସ୍ଥ କରିବା। ପ୍ରସ୍ତୁତି ଆରମ୍ଭ କରନ୍ତୁ। ୨୮ ତାରିଖରେ ସର୍ଜରୀ କରାଯିବ। ସୋନୁଙ୍କ ଏହି ଟ୍ୱିଟ୍‍ ପରେ ସାମାଜିକ ଗଣମାଧ୍ୟମରେ ଲୋକେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories