www.samajalive.in
Saturday, December 6, 2025
19.1 C
Bhubaneswar

ମନ୍ଦୋଦରୀ କିଏ? ରାବଣଙ୍କ ମୃତ୍ୟୁ ପରେ ବିଭୀଷଣଙ୍କୁ କାହିଁକି ବିବାହ କରିଥିଲେ ?

ଲଙ୍କାପତି ରାବଣଙ୍କୁ ବଧ କରିବା ପରେ ପ୍ରଭୁ ଶ୍ରୀରାମ ପତ୍ନୀ ସୀତାଙ୍କ ସହ ଅଯୋଧ୍ୟାକୁ ଫେରି ଯାଇଥିଲେ। ରାମାୟଣର ଏହି ଅଧ୍ୟାୟ ପରେ ଲୋକଙ୍କ ଆଗ୍ରହ କମିଯାଏ। ଏହା ପରେ କ’ଣ ହୋଇଥିଲା ବହୁତ କମ୍ ଲୋକଙ୍କୁ ହୁଏତ ଜଣାଥାଏ। ରାବଣଙ୍କ ମୃତ୍ୟୁ ପରେ ମ​ନ୍ଦୋଦରୀଙ୍କ ଭାଗ୍ୟରେ କି ପରିବର୍ତ୍ତନ ଆସିଥିଲା, ତାହା ବୋଧ ହୁଏ କମ୍ ଲୋକଙ୍କୁ ଜଣା। ତେବେ ଆସନ୍ତୁ ଏହି ଦଶହରା ଅବସରରେ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବିଷୟରେ ଅତି ସଂକ୍ଷପରେ ଜାଣିବା…….

ରାମଙ୍କ ହାତରେ ରାବଣ ବଧ ହେବା ପରେ ମନ୍ଦୋଦରୀ ବିଭୀଷଣଙ୍କୁ ବିବାହ କରିଥିଲେ। ଏବିଷୟରେ ରାମାୟଣରେ ବିସ୍ତୃତ ଭାବରେ କୁହାଯାଇ ନାହିଁ। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସେ କିଏ ଏହି ମନ୍ଦୋଦରୀ ଏବଂ କାହିଁକି ରାବଣ ଓ ବିଭୀଷଣ ଦୁଇ ଭାଇଙ୍କୁ ବିବାହ କରିଥିଲେ।

- Advertisement -

ପୁରାଣ ଅନୁଯାୟୀ, ମଦୁରା ନାମକ ଏକ ଆପସରା ଥରେ ଭଗବାନ ଶିବଙ୍କ ସନ୍ଧାନରେ କୈଳାଶ ପର୍ବତରେ ପହଞ୍ଚିଥିଲେ। ମାତା ପାର୍ବତୀଙ୍କ ଅନୁପସ୍ଥିତିକୁ ଦେଖି ସେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିଲେ। ପାର୍ବତୀ ସେଠାରେ ପହଞ୍ଚିବା ପରେ ମଦୁରାଙ୍କ ଶରୀରରେ ଶିବଙ୍କ ପାଉଁଶ ଦେଖି ଭୀଷଣ ରାଗି ଯାଇଥିଲେ। ସେହି ସମୟରେ ପାର୍ବତୀ ମଦୁରାଙ୍କୁ ଅଭିଶାପ ଦେଇଥିଲେ ଯେ, ୧୨ ବର୍ଷ ପର୍ଯ୍ୟନ୍ତ ବେଙ୍ଗ ହୋଇ ରହିବାକୁ। ଅଭିଶାପ ପ୍ରତ୍ୟାହାର କରିବାକୁ ଭଗବାନ ଶିବ ପାର୍ବତୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମାତା ପାର୍ବତୀ ଏହି ଅଭିଶାପକୁ ଫେରାଇ ନେଇ ପାରିଲେ ନାହିଁ । କିନ୍ତୁ ସେ କହିଥିଲେ ଯେ, ୧୨ ବର୍ଷ ପରେ ସେ ନିଜ ପ୍ରକୃତ ରୂପକୁ ଫେରିବେ।

ଏହା ମଧ୍ୟରେ ଅସୁରରାଜ ମାୟାସୁର ଏବଂ ତାଙ୍କ ପତ୍ନୀ ହେମା କନ୍ୟା ସନ୍ତାନ ଇଚ୍ଛା ପୂରଣ ପାଇଁ ତପସ୍ୟା କରିଥିଲେ। ତାଙ୍କର ପୂର୍ବରୁ ମାୟାବୀ ଏବଂ ଡୁଣ୍ଡୁଭି ନାମକ ଦୁଇ ପୁତ୍ର ଥିଲେ। ସେମାନେ ଏକ କୂଅ ମଧ୍ୟରୁ ବେଙ୍ଗର କ୍ରନ୍ଦନ ଶବ୍ଦ ଶୁଣି ସେଠାକୁ ଯାଇ ମଦୁରାର ସମ୍ପୂର୍ଣ୍ଣ କାହାଣୀ ଶୁଣିଲେ। ମଦୁରାଙ୍କ କାହାଣୀ ଶୁଣି ଦୁହେଁ ହୃଦୟରେ ତରଳି ଗଲା ଏବଂ ସେମାନେ ତପସ୍ୟା ଛାଡି ମଦୁରାକୁ ସାଙ୍ଗରେ ନେଇଗଲେ।

ଯେତେବେଳେ ରାବଣ ପ୍ରଥମେ ମନ୍ଦୋଦରୀଙ୍କୁ ଦେଖିଲେ, ସେ ତାଙ୍କୁ ବିବାହ କରିବା ପାଇଁ ଅସୁରାଜଙ୍କୁ ଏକ ପ୍ରସ୍ତାବ ପଠାଇଲେ। ରାବଣ ଜଣେ ଅହଂକାରୀ ରାଜା ହୋଇ ଥିବାରୁ ଅସୁରରାଜ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ଏହାକୁ ନେଇ ରାଜ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦୋଦରୀ ଜାଣିଥିଲେ ଯେ ରାବଣ ତାଙ୍କ ପିତାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଶାସକ। ତେଣୁ ସେ ରାବଣଙ୍କ ସହ ବିବାହ କରିବାକୁ ରାଜି ହୋଇଥିଲେ।

ସୀତା ଅପହରଣ କରିବା ନେଇ ମାନ୍ଦୋଦରୀ ରାବଣକୁ ବିରୋଧ କରିଥିଲେ। ସେ ବାରମ୍ବାର ରାବଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ରାମଙ୍କ ପତ୍ନୀଙ୍କୁ ଏହିପରି ଅପହରଣ କରିବା ଲଙ୍କେଶପତି ରାବଣଙ୍କୁ ଶୋଭା ଦେବ ନାହିଁ। ତେବେ ରାବଣ ନିଜର ଅହଂକାର ଏବଂ ପ୍ରତିଶୋଧ ଭାବନରେ ଏପରି ନିଶାଶକ୍ତ ଅବସ୍ଥାରେ ଥିଲେ ଯେ ସେ ମନ୍ଦୋଦରୀଙ୍କ କୌଣସି କଥା ଶୁଣିନଥିଲେ। ଶେଷରେ ରାମ ଏବଂ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯେଉଁଥିରେ ରାବଣ ମୃତ୍ୟୁବରଣ କରିଥିଲେ।

ରାବଣକୁ ହତ୍ୟା କରିବା ପରେ ପ୍ରଭୁ ଶ୍ରୀରାମ ବିଭୀଷଣଙ୍କୁ ଲଙ୍କାର ନୂତନ ରାଜା ହେବାକୁ ପରାମର୍ଶ ଦେଇଥିଲେ ଏବଂ ଏହା ସହ ମନ୍ଦୋଦରୀଙ୍କୁ ବିବାହ କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ମନ୍ଦୋଦରୀ କିନ୍ତୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରୁ ନିଜକୁ ଅଲଗା କରିଥିଲେ। କିନ୍ତୁ କିଛି ଦିନ ପରେ ସେ ବିଭୀଷଣଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories