www.samajalive.in
Sunday, December 7, 2025
26.1 C
Bhubaneswar

ନୀତିଶ ରାଣା ଓ ସୁନୀଲ ନାରିନଙ୍କ ଦମଦାର ବ୍ୟାଟିଂ, ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କେକେଆର

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୪୨ ତମ ମ୍ୟାଚରେ କଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି ମୁକାବିଲା । ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଟସ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲେ ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କଲକାତା ନାଇଟ ରାଇଡର୍ସ। ପ୍ରଥମେ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ବଡ ସ୍କୋର କରିବାରେ ସଫଳ ହୋଇଥିଲା କେକେଆର। ୨୦ ଓଭରର ଖେଳି କେକେଆର ୬ ୱିକେଟ ହରାଇ ୧୯୪ ରନ୍‌ କରିଥିଲା। ଅଷ୍ଟମ ଓଭରରେ ୪୨ ରନରେ ୩ ୱିକେଟ ହରାଇ ସାରିଥିବା କେକେଆରକୁ ଏକ ବିଶାଳ ସ୍କୋର ଆଡକୁ ଆଗେଇ ନେଇଥିଲେ ନୀତିଶ ରାଣା ଓ ସୁନୀଲ ନାରିନ। ସୁନୀଲ ନାରିନ ଏକ ବିସ୍ପୋରକ ପାଳି ଖେଳି ୩୨ ବଲରେ ୬୪ ରନ କରି ଆଉଟ ହୋଇଥିଲେ। ସେହିପରି ନୀତିଶ ରାଣା ୫୩ ବଲରୁ ୮୧ ରନ କରି ଶେଷ ଓଭରରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।


ଅନ୍ୟପଟେ ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଦଳକୁ ପ୍ଳେ ଅଫ ଉନ୍ନୀତ ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। କଲକାତା ବିପକ୍ଷ ମ୍ୟାଚକୁ ବିଜୟୀ ହୋଇ ପ୍ଳେ ଅଫ ସ୍ଥାନ ପକ୍କା କରିବା ଲକ୍ଷ୍ୟ ରଖିଛି। ଓପନର ଶିଖର ଧାୱନ ଚମତ୍କାର ଫର୍ମରେ ରହିଥିବାବେଳେ ଶ୍ରେୟସ , ହେତ୍‌ମେୟାର, ଋଷଭ ପନ୍ତ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories