www.samajalive.in
Monday, December 8, 2025
24.1 C
Bhubaneswar

ଖାଁ ଖାଁ ପରିବେଶରେ ମା’ଙ୍କ ପୂଜା, ଆଜି ମହାଷ୍ଟମୀ

ଉତ୍ତର ଭୁବନେଶ୍ୱର : ଶୂନଶାନ ପରିବେଶରେ ଚାଲିଛି ମା’ ଜଗତଜନନୀଙ୍କ ପୂଜାର୍ଚ୍ଚନା` ଶନିବାର ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା। ପୀଠରେ ମହାଷ୍ଟମୀ ପୂଜା ସରିଛି। ମା’ଙ୍କୁ ବଳି ଅର୍ପଣ କରାଯାଇଛି। ଶନିବାର ମୃଣ୍ମୟୀ ଦେବୀଙ୍କ ନିକଟରେ ପାଣିକଖାରୁ ବଳି ଅର୍ପଣ କରାଯିବାର ବିଧି ରହିଛି ବୋଲି ପୂଜକମାନେ କହିଛନ୍ତି। ଗତକାଲି ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିସାରିଛନ୍ତି। ଶୁକ୍ରବାର ମା’ଙ୍କ ମହାସପ୍ତମୀ ପୂଜା ସରିଛି। କରୋନା ମହାମାରୀ ଯୋଗୁଁ ସାର୍ବଜନୀନ ଦୁର୍ଗାପୂଜାରେ ଭକ୍ତମାନେ ସାମିଲ ହୋଇନଥିବାରୁ ସହରର ସମସ୍ତ ପୂଜା ମଣ୍ଡପରେ ଖାଁ ଖାଁ ପରିବେଶ ବିରାଜମାନ କରିଛି। ବିଶେଷକରି ରସୁଲଗଡ଼, ଚକେଇସିହାଣୀ, ଗାଡ଼କଣ, ବରମୁଣ୍ଡା, ନୂଆପଲ୍ଲୀ, ସହିଦନଗର, ଝାରପଡ଼ା, ବମିଖାଲ, ଷ୍ଟେସନବଜାର, ଲକ୍ଷ୍ମୀସାଗର, ନୂଆପଲ୍ଲୀ ମହାବୀର କ୍ଲବ, ପୁରୁଣାଭୁବନେଶ୍ବର, ବଡ଼ଗଡ଼, ରେଲୱେ କଲୋନୀ, ପଳାଶୁଣୀ, ନହରକଣ୍ଟା, ପାଣ୍ଡରା, ଭିଏସ୍‌ଏସ୍‌ନଗର, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ପୁରୁଣା ଏଜି କଲୋନୀ, ଭୌମନଗର, ରବିଟକିଜ, ବଢ଼େଇବାଙ୍କ ଓ କୋରଡ଼କଣ୍ଟା ଅଞ୍ଚଳରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ଶୋଭା ପାଉଛନ୍ତି। ଅନୁକୂଳ ପାଗ ରହିଛି। କମିସନରେଟ ପୁଲିସ ପକ୍ଷରୁ ସମସ୍ତ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories