www.samajalive.in
Sunday, December 7, 2025
15.1 C
Bhubaneswar

ଡବଲ ରୋଲ୍‌ରେ ଆସିବେ କିଙ୍ଗ୍ ଖାନ୍

ସିନେଜଗତର ‘କିଙ୍ଗ୍ ଖାନ୍’ ଶାହରୁଖ୍ ଏବେ ନିଜର ନୂଆ ପ୍ରୋଜେକ୍ଟରେ ଖୁବ୍ ବ୍ୟସ୍ତ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ୍ ଖଳନାୟକ ଭାବେ ଓ ଦୀପିକା ପାଦୁକୋନ୍ ପୁଲିସ୍ ଚରିତ୍ରରେ ଦେଖାଦେବେ। ଏହାର ପୋଷ୍ଟ-ପ୍ରଡକ୍ସନ୍ କାମ ଜୋର୍‌ସୋର୍‌ରେ ଚାଲିଛି। ମିଳିଥିବା ଖବର ଅନୁସାରେ, ରାଜକୁମାର ହିରାନୀଙ୍କ ଅନ୍ୟ ଏକ ପ୍ରୋଜେକ୍ଟରେ ଶାହରୁଖ୍ କାମ କରିବାକୁ ଆଗ୍ରହୀ କିନ୍ତୁ ସମୟ ନଥିବାରୁ ସେ ଚୁକ୍ତି ଏଯାଏଁ କରିନାହାନ୍ତି। ଦକ୍ଷିଣ ସିନେଜଗତର ନିର୍ଦେଶକ ଅଟଲିଙ୍କ ନିର୍ଦେଶନାରେ ସେ କାମ କରିବାକୁ ଯାଉଛନ୍ତି। ଆକ୍ସନ୍ ଚଳଚ୍ଚିତ୍ରରେ ସେ ଡବଲ୍‌ ରୋଲ୍‌ରେ କାମ କରିବେ। ଡିସେମ୍ବର ସୁଦ୍ଧା ଏହାର ସୁଟିଂ ବ୍ରିଟେନ୍‌ରେ ଆରମ୍ଭ ହେବା କଥା, ହେଲେ ମହାମାରୀର ସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ସେ ‘ଡୁପ୍ଲିକେଟ୍’ ଚଳଚ୍ଚିତ୍ରରେ ମଧ୍ୟ ଡବଲ୍‌ ରୋଲ୍‌ରେ ଦେଖାଦେଇଥିଲେ। ଡବଲ୍‌ ରୋଲ୍ ଚରିତ୍ର ମିଳିବା ମାତ୍ରେ ତୁରନ୍ତ ରାଜି ହେଉଥିବାର କହିଛନ୍ତି ଶାହରୁଖ୍। କାରଣ ଏଥିରେ କାମ କରିବାର ମଜା ବେଶ୍ ନିଆରା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories