www.samajalive.in
Monday, December 8, 2025
13.1 C
Bhubaneswar

ଦୁଇ ଦିନରେ ଫେରିବ ମୌସୁମି : ଦଶହରା ପାଗ ଶୁଖିଲା

ଭୁବନେଶ୍ବର : ଓଡ଼ିଶା ଉପରୁ ଲଘୁଚାପର ପ୍ରଭାବ କମିଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ଦୁଇ ଦିନରେ ରାଜ୍ୟର ଅଳ୍ପ କିଛି ଅଞ୍ଚଳ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରୁ ମୌସୁମି ଫେରିଯିବ। ଆସନ୍ତା ୨୮ରୁ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବା ସହିତ ଏଥିସହିତ ଦକ୍ଷିଣ ଭାରତକୁ ଉତ୍ତରପୂର୍ବ ମୌସୁମି ବାୟୁ ପ୍ରବେଶ କରିବ। ଏହାର ପ୍ରଭାବରେ ଆସନ୍ତା ୨୮ରୁ ତାମିଲନାଡ଼ୁ, ପୁଡ଼ୁଚେରୀରେ ବର୍ଷା ଆରମ୍ଭ ହୋଇଯିବ। ଏଥିସହିତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ମଧ୍ୟ ୨୮ ସୁଦ୍ଧା ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଇଏମଡ଼ି ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବା ସହିତ ବାଂଲାଦେଶରେ କେନ୍ଦ୍ରୀଭୂତ ହୋଇଛି।
ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ପବନର ବେଗ ଥିଲା ୫୫ରୁ ୬୫କିମି। ଏହା ପଶ୍ଚିମବଙ୍ଗର ଚବିଶପ୍ରଗଣା ଜିଲା ଦେଇ ଅତିକ୍ରମ କରିବା ପରେ ସାଗର ଦ୍ବୀପଠାରୁ ୧୪୦କିମି ଏବଂ ବାଂଲାଦେଶର ଖେପୁପୁରାଠାରୁ ୧୩୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଅବପାତ ୧୨ଘଣ୍ଟା ଧରି ଉତ୍ତର ଉତ୍ତର ପୂର୍ବରେ ଗତି କରିବା ସହିତ ବାଂଲାଦେଶ ଉପରେ ୱେଲ ମାର୍କଡ଼ ଲୋ ପ୍ରେସରରେ ପରିଣତ ହେବ। ତେବେ ଓଡ଼ିଶା ଉପରେ ଏବେ ଲଘୁଚାପଜନିତ ବର୍ଷାା ସମ୍ଭାବନା ନାହିଁ।
ପାଣିପାଗ ବି​‌େ​‌ଶଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଦଶହରା ସମୟରେ ସାରା ରାଜ୍ୟରେ ପାଗ ଶୁଖିଲା ‌ରହିବ। ଆଜିଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ରାତିର ସର୍ବନିମ୍ନ ତାପମାତ୍ରା ୨୭ରୁ କମିବା ସହିତ ୨୯ରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ଡ଼ିଗ୍ରୀ କମିବା ଯୋଗୁଁ କୁମାରପୂର୍ଣ୍ଣିମାଠାରୁ ଶୀତ ଅନୁଭୂତ ହେବ। ଏଥିସହିତ ଆସନ୍ତା ୩୧ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ​ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସକ୍ରିୟ ଥିବା ବାତ୍ୟା ‘ସାଉ​‌େ​‌ଡ଼ଲ’ ଭିଏତନାମରେ ୨୯ରେ ସ୍ଥଳଭାଗ ଛୁଇଁବା ପରେ ତା’ର କିଛି ଅଂଶବିଶେଷ ବଙ୍ଗୋପସାଗରରୁ ଆସି ଲଘୁଚାପ ସୃଷ୍ଟି କରିପାରେ। ଯଦି ସାଉଡ଼େଲ ସମୁଦ୍ର ଭିତରେ ଶୀଘ୍ର ‌ଦୁର୍ବଳ ହୁଏ ତେବେ ହୁଏତ ୩ଦିନ ପୂର୍ବରୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।
ଅନ୍ୟପକ୍ଷରେ କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ‌ସେହି ସମୟବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଉତ୍ତର ପୂର୍ବ ମୌସୁମି ବାୟୁ ଦ୍ବାରା ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଭାରି ବର୍ଷାର ସମ୍ଭାବନା ଅଛି। ତେଣୁ ଆଣ୍ଡାମାନ ସାଗରର ସମ୍ଭାବ୍ୟ ଲଘୁଚାପ ହୁଏତ ଉଭୟ ବାଂଲାଦେଶ ଓ ତାମିଲନାଡ଼ୁରୁ ଓଡ଼ିଶା ପର୍ଯ୍ୟନ୍ତ କିଛି ଅଞ୍ଚଳରେ ବର୍ଷା କରାଇବ। ନଭେମ୍ବର ୧ତାରିଖ ପରେ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଲା ନିନାର ପ୍ରଭାବରୁ ବଙ୍ଗୋପସାଗରରେ ବାରମ୍ବାର ଏପରି ଲଘୁଚାପ ସୃଷ୍ଟି ହେଉଛି ବୋଲି ପାଣିପାଗ ବି​‌େ​‌ଶଷଜ୍ଞ କହିଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories