www.samajalive.in
Sunday, December 14, 2025
15.1 C
Bhubaneswar

ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ; ୨୪ରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଭୁବନେଶ୍ବର/ମାଲକାନଗିରି : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଲଘୁଚାପ ଜନିତ ବର୍ଷାର ପ୍ରଭାବ ରାୟଗଡ଼ା ଓ ମାଲକାନଗିରିରେ ଦେଖିବାକୁ ମିଳିଛି ।

ଆଗକୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଳାପାଳମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଳା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି।

- Advertisement -

ତେବେ ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବାଲିମେଳା ଓ ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କୋରକୋଣ୍ଡା ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଚାଲୁଛି । ଫଳରେ ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ଖଇରପୁଟର ତିନୋଟି ଗାଁରେ ବର୍ଷା ପାଣି ପଶିଯାଇ ଥିବା ବେଳେ ସେଠାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । କୋରକୋଣ୍ଡା ଓ ଏମ୍‌ଭି-୩୭ ଗାଁର ୨ଟି ପୋଲ ବୁଡ଼ିଯିବାରୁ କେତେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

ରାୟଗଡ଼ାରେ ଲଗାଣ ବର୍ଷା ଫଳରେ ବଂଶଧାରା, ନାଗାବଳୀ ଓ କଲ୍ୟାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । କଲ୍ୟାଣସିଂହପୁର ବ୍ଲକର ୫ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି । ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରିଲିଫ ଓ ସୁଖିଲା ଖାଦ୍ୟ ମହୁଜୁଦ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍‌ର ଜଳ ସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆସନ୍ତା ୨୪ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ନେଇ ସୂଚନା ଦିଆଯାଇଛି । ପୂର୍ବାହ୍ନ ୧୧ ଟାସମୟରେ ୨ ସ୍ଲୁଇସ ଗେଟ ଖୋଲାଯିବା ନେଇ ସ୍ଥିର ହୋଇଛି । ପ୍ରଥମେ ୭ ନମ୍ବର ଗେଟ ଖୋଲାଯିବା ନେଇ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଲୁଇସ ଗେଟ ଖୋଲାଯିବାର ନିଷ୍ପତ୍ତି ହୋଇଛି ।

ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳ ପତ୍ତନ କ୍ଷମତା ୬୩୦ ଫୁଟ୍‌ । ଶୁକ୍ରବାର ସକାଳ ୯ଟା ସୁଦ୍ଧା  ଜଳ ଭଣ୍ଡାରର ଜଳସ୍ତର  ୬୦୭.୩୫ ରହିଥିବା ଜଣାପଡ଼ିଛି । ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡ୍‌ରେ ଏକ ଲକ୍ଷ ୧୭ ହଜାର ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ୧୬ ହଜାର ଘନଫୁଟ୍‌ ନିଷ୍କାସିତ ହେଉଛି ।

 

ମାଛକୁଣ୍ଡର ୪ ଗେଟ୍‍ ଖୋଲିଲା

ଲମତାପୁଟ : ଲୁଘୁଚାପଜନୀତ ବର୍ଷା ଏଠାରେ ଲାଗି ରହିଥିବା ବେଳେ ମାଛକୁଣ୍ଡ ଜଳଭଣ୍ଡାର ଜଳସ୍ତର ବିପଦ ସଙ୍କେତ ଉପରୁକୁ ଚାଲି ଯାଇଛି। ଜଳ ଭଣ୍ଡାର ଜଳ ସ୍ତର ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ଏହାର ୪ଟି ଗେଟ୍‍ ଖୋଲା ଯାଇଛି। ଜଳ ଭଣ୍ଡାରର ୫, ୬, ୭ ଓ ୮ ନମ୍ବର ଗେଟ୍‍ ଖୋଲା ଯାଇଛି। ପ୍ରତି ସେକେଣ୍ଡରେ ଏହି ୪ଟି ଗେଟ୍‍ ଦେଇ ୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଭଣ୍ଡାର ଅପରେଟର ସୂଚନା ଦେଇଛନ୍ତି। ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ମାଛକୁଣ୍ଡ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ନେଇ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଏହାର ୫ ନମ୍ବର ଗେଟ ଖୋଲା ଯାଇଥିଲା। ଏହି ଗେଟ୍‍ ଦେଇ ସେକେଣ୍ଡ ପ୍ରତି ୨ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଇ ଜଳସ୍ତରକୁ ୮୮.୦୦ ଫୁଟକୁ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ପୂର୍ବାହ୍ନ ୧୧ଟାରେ ପୁଣି ଏକ ଗେଟ ଖୋଲା ଯାଇଥିଲା। ତେବେ ହଠାତ ଜଳ ଭଣ୍ଡାରରେ ହଜାର ହଜାର କ୍ୟୁସେକ ଜଳ ପ୍ରବେଶ କରିବାରୁ ଅପରାହ୍ଣ ୧ଟାରେ ଅନ୍ୟ ଗେଟ ସବୁ ଖୋଲା ଯାଇଥିଲା। ପ୍ରତି ସେକେଣ୍ଡକୁ ଜଳ ଭଣ୍ଡାରରେ ୯ ହଜାରରୁ ଅଧିକ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି ୯ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଇ ନଦୀରେ ଛଡାଯାଉଥିବା ସୂଚନା ମିଳିଛି। ଜଳ ଉଣ୍ଡାରର ବିପଦ ସଙ୍କେତ ୯୦ ଫୁଟ ରହିଥିବା ବେଳେ ଖବର ଲେଖା ହେବା ଯାଏ ଜଳସ୍ତର ୮୯.୨ ଫୁଟ ରହିଥିଲା। ଏଠାରେ ଚଳିତ ବର୍ଷର ପ୍ରଥମ ବର୍ଷାରେ ଗତ ୧୬ ତାରିଖରେ ଜଳସ୍ତର ବଢି ଯିବାରୁ ୨ଟି ଗେଟ ଖୋଲା ଯାଇଥିଲା। ଏହି ଦୁଇ ଗେଟ ଦେଇ ୨ହାଜର କ୍ୟୁସେକ ଜଳ ନିଷ୍କାସନ କରାଯାଇଥିଲା। ପରେ ଏହାକୁ ବନ୍ଦ ରଖାଯାଇଥିଲା। ଶୁକ୍ରବାର ଜଳସ୍ତର ବଢିବା ପରେ ଜଳ ଭଣ୍ଡାର ପ୍ରତି ବିପଦ ରହିଥିବାରୁ ଜଳ ନିଷ୍କାସିତ କରାଯାଉଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories