www.samajalive.in
Saturday, December 6, 2025
16.1 C
Bhubaneswar

ଐତିହ୍ୟ ଏବେ ଅଣଦେଖା; କାନ୍ଦୁଛି ‘ଉଲାପଗଡ଼’

ଝାରସୁଗୁଡ଼ା: ବଣଜଙ୍ଗଲ ଘେରା ସରୁ ପାହାଡ଼ଟିଏ- ‘ଉଲାପଗଡ଼’। ଝାରସୁୁଗୁଡ଼ା ଜିଲାର ଉଲାପ ଗାଁ’ରେ ଥିବା ମହେଶ୍ବର ପାହାଡ଼ର ଏକ ଅଂଶ। ଝାରସୁଗୁଡ଼ା ବନଖଣ୍ଡର ବେଲପାହାଡ଼ ବନାଞ୍ଚଳରେ ରହିଥିବା ଏହି ପାହାଡ଼ରେ ପ୍ରାକ୍ ଐତିହାସିକ ଯୁଗର ପ୍ରସ୍ତର ଖୋଦିତ ଇତିହାସ, ମାନବ ସଭ୍ୟତାର ରହସ୍ୟମୟ ଦସ୍ତାବିଜ ଏବେ ଗୁମୁରୁ କାନ୍ଦୁଛି। ଐତିହ୍ୟର ସୁରକ୍ଷା ନାହିଁ କି ସଂରକ୍ଷଣ ବି ହେଉନି। ଏହି ଅମୂଲ୍ୟ ସ୍ମାରକୀର ରହସ୍ୟ ଭେଦ ପାଇଁ ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଗବେଷକ ଏଠାକୁ ଆସିଛନ୍ତି। ସେମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ରହସ୍ୟ ଉପରୁ କିଞ୍ଚିତ ପରଦା ହଟିଛି। ସେମାନଙ୍କ ମତରେ ମାନବ ସଭ୍ୟତାର କ୍ରମବିକାଶର ଗୋଟିଏ ଧାରା ଏଠାରେ ପ୍ରବାହିତ ହୋଇଥିଲା ଏବଂ ତତ୍‌କାଳୀନ ମଣିଷର ମନମସ୍ତିଷ୍କରେ ଯେଉଁ ନୂତନ ଚିନ୍ତା ଓ ଚେତନର ପରିପ୍ରକାଶ ଘଟିଥିଲା ତାହା ସେ ଏହି ପାହାଡ଼ର ବନ୍ଧୁର ଶିଳାରାଜିରେ ଉତ୍‌କୀର୍ଣ୍ଣ କରିଥିଲା ବିିଭିନ୍ନ ଲିପି, ଚିତ୍ର, ଚିହ୍ନ ଓ ସଙ୍କେତ ମାଧ୍ୟମରେ।
ଏ ସବୁ ସହିତ ସେମାନଙ୍କ ଦ୍ବାରା ଖୋଦିତ ଝାଡ଼ୁ, ପଞ୍ଝା, ପାନିଆଁ, ସିଡ଼ି, ଅର ଓ ଚକ, ବୃହତକାୟ ପାଦଚିହ୍ନ ଏବଂ କିଛି ଜ୍ୟାମିତିକି ଓ ଅଣଜ୍ୟାମିତିକ ଆକୃତି। କ୍ରମବିକାଶର ଏହି ପ୍ରାଚୀନ କୀର୍ତ୍ତି କ୍ରମାଗତ ଅବହେଳାରେ ଅସ୍ପଷ୍ଟ ହେବାକୁ ବସିଲାଣି।
କିଛି ବର୍ଷ ତଳେ ବନବିଭାଗ ଏହି ଅଂଶକୁ ଗ୍ରୀଲ ଲଗାଇ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥିଲା​‌। ଦୁର୍ବୃତ୍ତମାନେ ଗ୍ରିଲ୍‌ର ଲୁହା କାଟି ଚୋରି କରି ନେଇଗଲେଣି । ପାହାଡ଼ର ପ୍ରାୟ ୧୦୦୦ ଫୁଟ ଉପରେ ଶୀର୍ଷକୁ କାଟି ୪୦୦ ମିଟର ଦୈର୍ଘ୍ୟ ଓ ୨୫୦ ମିଟର ଓସାର ଚଟାଣ ତିଆରି କରାଯାଇଛି। ଚଟାଣରେ ପ୍ରାୟ ୭୦ ଗୋଲାକୃତି ଗାତ ରହିଛି ଯାହାକି ପ୍ରାୟ ୩ ଇଞ୍ଚ ଓସାର ହେବ। ଗବେଷକମାନେ କହନ୍ତି ଏହି ଗାତରେ କାଠ ବା ବାଉଁଶ ପୋତି ଶୟନ କକ୍ଷ, ରୋଷେଇ, ଭଣ୍ଡାର ଘର ଓ ଅସ୍ତ୍ରାଗାର କରାଯାଉଥିଲା। ଏକ ସମୟରେ ୧ହଜାର ଲୋକଙ୍କ ରହିବା ଭଳି ଏଠାରେ ବ୍ୟବସ୍ଥା ଥିଲା। କେତେକ ସ୍ଥାନରେ ଚତୁଃଷ୍କୋଣ ବିଶିଷ୍ଟ ଛୋଟ ଗାତ, କୂଅ, ଦୁର୍ଗ ପ୍ରାଚୀର, ଗଡ଼ଖାଇ ଆଦି ରହିଛି। ସ୍ଥାନୀୟ ଲୋକେ କହନ୍ତି ଏଠାରେ ଏକ ସୁନାର ଦେବୀ ମୂର୍ତ୍ତି ଥିଲା। ହେମଗିରର ଜମିଦାର ସପ୍ତଦଶ ଶତକରେ ମୂର୍ତ୍ତିକୁ ଏଠାରୁ ନେଇ ଯିବା ପରେ ଏ​‌େ​‌ବ ଏକ ବେଦୀରେ ଦେବୀଙ୍କୁ ସ୍ଥାପନ କରାଯାଇଛି। ବର୍ଷକରେ ଥରେ ଆଶ୍ବିନ ପୂର୍ଣ୍ଣିମାରେ ମା’ଙ୍କ ଭବ୍ୟ ପୂଜା ଅନୁଷ୍ଠିତ ହୁଏ। ଗିରିଦୁର୍ଗର ଶୀର୍ଷର ଗୋଟିଏ ସ୍ଥାନ ଅବିକଳ ନାଗଫଣା ପରି ହୋଇଥିବା ବେଳେ ଗୋଟିଏ ସ୍ଥାନରେ ସିଂହାସନ ପରି ଉଚ୍ଚ ହୋଇଛି। ସମ୍ଭବତଃ ସିଂହାସନରେ ମୁଖିଆ ବା ରାଜା ତା’ ଉପରେ ଆସୀନ ହେଉଥିବେ ବୋଲି ଅନୁମାନ କରାଯାଏ।
ତେବେ ଏହି ସ୍ଥାନ ପ୍ରଶାସନିକ ଆଢୁଆଳରେ ରହିଛି। ଉଲାପ ଗାଁ’ରୁ ଗଡ଼କୁ ଏକ କିମି ରାସ୍ତା ଅତ୍ୟନ୍ତ ଖରାପ। ପାହାଡ଼ର ପାଦଦେଶରେ ଗୋଟିଏ ପୋଖରୀ ଅଛି। ଏବେ ଏମିତି ହୋଇଛି ଯେ, ଏଥିରେ ଗୋଡ଼ ବି ଧୋଇ ହେଉନାହିଁ। ଏହି ଐତିହ୍ୟ ସ୍ଥଳ​‌େ​‌ର ସୂଚନା​‌ ଫଳକଟିଏ ନାହିଁ। ଏହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେବାକୁ ସାଂସଦ ସୁରେଶ ପୂଜାରୀଙ୍କୁ ଅନୁରୋଧ କରାଯିବା ସହ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।
ଝାରସୁଗୁଡ଼ା ଡିଏଫଓ ଲଲିତ ପାତ୍ର କହିଛନ୍ତି, ‘ଜିଲାରେ ଏବେ କୋଇଲିଘୁଗର ସହ ୨ଟି ପର୍ଯ୍ୟଟନସ୍ଥଳକୁ ଇକୋ-ଟୁରିଜମ୍ ଭାବେ ବିକଶିତ କରିବାର କାମ ଆରମ୍ଭ କରୁଛୁ। ଆଗକୁ ଉଲାପଗଡ଼କୁ ଏଥିରେ ସାମିଲ କରିବା ପ୍ରସ୍ତାବ ସକ୍ରିୟ ବିଚାରଧୀନ ଅଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories