www.samajalive.in
Tuesday, December 9, 2025
16.1 C
Bhubaneswar

ଶିକ୍ଷା ସହାୟକଙ୍କୁ ପେନସନ ପ୍ରସଙ୍ଗ; ତୁରନ୍ତ ବିଚାର ଲାଗି ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୦୦୪ ବିଜ୍ଞାପନ ବଳରେ ନିଯୁକ୍ତ ହୋଇଥିବା ଶିକ୍ଷା ସହାୟକଙ୍କୁ ପେନସନ ପ୍ରଦାନ ଲାଗି ବାଟ ଫିଟିଛି। ଚଳିତମାସ ୧୫ରେ ଏକ ମାମଲାର ବିଚାର କରି ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ସ୍ପଷ୍ଟ ନିର୍ଦେଶନାମା ଜାରି ହୋଇଛି। ଶିକ୍ଷା ସହାୟକଙ୍କ ପକ୍ଷରୁ ପୃଥକ ଆବେଦନକୁ ବିଚାର କରି ବିଚାରପତି ବିଶ୍ୱନାଥ ରଥ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ଶିକ୍ଷା ସହାୟକଙ୍କ ଗୁହାରିକୁ ଯଥାର୍ଥ ଦର୍ଶାଇ ଆସନ୍ତା ଦେଢ଼ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ଦୀର୍ଘଦିନ ଧରି ଆଶା ଆଶଙ୍କାରେ ଥିବା ଶତାଧିକ ଶିକ୍ଷା ସହାୟକଙ୍କ ମଧ୍ୟରେ ଏକପ୍ରକାର ଆଶା ସଂଚାର ହୋଇଛି। ସୂଚନା ଅନୁଯାୟୀ ପୁରୀ ଜିଲା ବରଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅମୁରୀ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଶିକ୍ଷା ସହାୟକ ସରକାରଙ୍କ ପେନସନ ନଦେବା ନୀତିକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ପ୍ରସନ୍ନ କୁମାର ମହାପାତ୍ର ଓ କେଶବଚନ୍ଦ୍ର ସାହୁ ଦର୍ଶାଇଥିଲେ ଯେ ୧୯୯୨ ମସିହା ପୂର୍ବରୁ ପ୍ରଚଳିତ ଓଡ଼ିଶା ସିଭିଲ ସର୍ଭିସ ପେନସନ ରୁଲ୍‍ ନିୟମ ଅନୁଯାୟୀ ଶିକ୍ଷକମାନେ ପେନସନ ଓ ଜିପିଏଫ ପାଇବାକୁ ହକଦାର। ତେବେ ସରକାରଙ୍କ ପକ୍ଷରୁ ୨୦୦୪ରେ ପେନସନ ରୁଲ୍‍ ସଂଶୋଧନ ହୋଇଥିଲା। ଉକ୍ତ ବର୍ଷ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିବାରୁ ଏହି ସଂଶୋଧନ କାହିଁକି ତାଙ୍କ କ୍ଷେତ୍ରରେ ଲାଗୁ କରାନଯିବ ସେନେଇ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories