www.samajalive.in
Saturday, December 6, 2025
26.1 C
Bhubaneswar

ସ୍ନାତକ ଫାଇନାଲରେ ଜେଡ଼ି ମହିଳା କଲେଜ ଛାତ୍ରୀଙ୍କ ସଫଳତା 

ବରପାଲି : ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଦ୍ୱିତିୟ ସେମିଷ୍ଟାର କଳା ପରିକ୍ଷାରେ ଦୁଇଜଣ ଛାତ୍ରୀ ଟପର ହୋଇଥିବା ବେଳେ ଶତକଡ଼ା ୯୯ଭାଗ ମାର୍କ ଆଣି ଅପୂର୍ବ ସଫଳତା ଲାଭ କରିଥିବା ଜଣାପଡ଼ିଛି। ଗୁରୁବାର ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଅଧ୍ୟାପନା ମଣ୍ଡଳୀଓ କର୍ମକର୍ତ୍ତାମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ଫାଇନାଲ ବର୍ଷରେ ପାସ ହାର ଶତକଡ଼ା ୯୯ଭାଗ ହୋଇଥିବା ବେଳେ ଟପ୍ପର ଭାବେ ରାଜନିତୀ ବିଭାଗରେ ମନ୍ଦାକିନୀ ମେହେର ଶତକଡ଼ା ୮.୧୩ ଓ ବର୍ହା ସାହୁ ହିନ୍ଦି ବିଭାଗରେ ୮.୪୬ ନମ୍ବର ରଖି ସର୍ବଶ୍ରେଷ୍ଠ ହୋଇଥିବା ଜଣାପଡ଼ିଥିଲା। ସେହିପରି ଅନ୍ୟ ତିନିଜଣ ଛାତ୍ରୀ ଶ୍ରେଷ୍ଠତା ଆଣି ଦଶମ ସ୍ଥାନରେ ରହିଥିବା ହିନ୍ଦି ବିଭାଗର ସସ୍ମିତା ବେହେରା୭.୯୦ନାମିନୀ ଭୋଇ ୭.୯୩ ଓ ସୀମା ବେହେରା ୭.୯୧ ଭାଗ ରଖି ବିଶ୍ୱବିଦ୍ୟାଳୟ ସ୍ତରରେ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି। ଅପରପକ୍ଷରେ ଦ୍ୱିତୀୟ ସେମିଷ୍ଟାର ପରିକ୍ଷାରେ  ବିଭିନ୍ନ ବିଷୟରେ ଶ୍ରେଷ୍ଠତା କରିଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ବିଭାଗରୁ ସ୍ୱାଗତିକା ତ୍ରିପାଠୀ ଶତକଡ଼ା ୮.୭୦,ସୁନନ୍ଦା ମୟୁରୀ କୁମ୍ଭାର ୮.୪୦,ପଦ୍ମିନୀ ରଣା ୮.୩୦,ହିନାରାଣୀ ମେହେର ୮.୨୦,ପୁନମ ମେହେର ୮.୧୦,ନିକିତା ସାହୁ ଶତକଡ଼ା ୮ ଭାଗ ନେଇଥିଲେ। ସେହିପରି ଓଡ଼ିଆ ସମ୍ମାନ ବିଭାଗରେ ଶୀତଲ ମେହେର୮.୪୦ ଓ ହିନ୍ଦି ସମ୍ମାନ ବିଭାଗରେ ପ୍ରିୟଙ୍କା ବେହେରା୮.୨୦,ଡ଼ିଲେଶ୍ୱରୀ ସେଠ ୮.୧୦,ଏବଂ ନିକିତା ବାରିକ ୮.୧୦ ଏଜିପିଏ ପ୍ରାପ୍ତି କରି ମହାବିଦ୍ୟାଳୟର ଗୌରବକୁ ଦ୍ୱିଗୁଣିତ କରିଛନ୍ତି। ଖବରଟି ପ୍ରସାରିତ ହେଲା ପରେ ମହାବିଦ୍ୟାଳୟ ଅଧ୍ୟାପନା ମଣ୍ଡଳି ଓ ପରିଚାଳନ କମିଟି ସହ ଅଭିଭାବକ ମାନଙ୍କ ମନରେ ଏକ ଉଲ୍ଲାସଭରା ସନ୍ତୋଷ ଭାବ ପ୍ରକାଶ ପାଇଥିଲା। ମହାବିଦୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ମହାବିଦୟାଳୟ ପକ୍ଷରୁ ଅଧ୍ୟାପନା ମଣ୍ଡଳୀ ଓ କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ସମ୍ବର୍ଦ୍ଧିତ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories