www.samajalive.in
Sunday, December 14, 2025
16.1 C
Bhubaneswar

ବିନା ସୂଚନା ଫଳକରେ ଚାଲିଛି ଆନ୍ତଃଜିଲ୍ଲା ସଂଯୋଗକାରୀ ରାସ୍ତାକାମ; ନିର୍ମାଣ କାମ ନସରୁଣୁ ରାସ୍ତାରେ ଫାଟ

ରେଙ୍ଗାଲି : ଉନ୍ନୟନ କାମରେ ପାରଦର୍ଶିତା ଏବଂ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ କାମ ଆରମ୍ଭ ହେବା ଆଗରୁ  ଉକ୍ତ କାମର ବିବରଣୀ ଥିବା ସୂଚନା ଫଳକ ଲଗାଇବାକୁ କଡା ନେିର୍ଦ୍ଦଶ ଜାରି କରିଛନ୍ତି। କିନ୍ତୁ ରେଙ୍ଗାଲି ବ୍ଳକ୍ ର ଘିଚାମୁରା ପଞ୍ଚାୟତରେ ଚାଲିଥିବା ରାସ୍ତା କାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସରକାରୀ ନିର୍ଦ୍ଦେଶନାମାକୁ ଉଲଙ୍ଘନ କରି  ବିନା ସୂଚନା ଫଳକରେ ବେଧଡକ ରାସ୍ତା କାମ ଚାଲିଥିବାର ଅଭିଯୋଗ ହେଉଛି। ସମ୍ବଲପୁର ଜିଲ୍ଳା ରେଙ୍ଗାଲି ବ୍ଳକ୍ ର ଘିଚାମୁରା ପଞ୍ଚାୟତର , ଗୁମକାରମା,ଘିଚାମୁରା,ଗୌରଡିହି,ବେଉଁରା ଗ୍ରାମ ଦେଇ ଝାରସୁଗୁଡା ଜିଲ୍ଲା ର ସୁନାମୁହାଣ,ସୋଢାମାଲ  ଦେଇ ପୁରୁଣାରାଞ୍ଚି ରୋଡ୍ କୁ ସଂଯୋଗ କରୁଥିବା ଆନ୍ତଃଜିଲ୍ଲା ସଂଯୋଗକାରୀ ରାସ୍ତା ଦୀର୍ଘ ବର୍ଷ ଧରି ଅପନ୍ତରା ଅବସ୍ଥାରେ ପଡି ରହିଥିଲା। ଜନଦାବୀ ପରେ ସରକାର ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କଲା ପରେ  ରାସ୍ତା ନିର୍ମାଣ କାମ ଜୋର୍‌ସୋର୍ ରେ ଚାଲିଛି। ରାସ୍ତା କାମ ନିମ୍ନମାନର ହେଉଥିବାରୁ ନିର୍ମାଣ କାମ ନସରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି। ରାସ୍ତା ନିର୍ମାଣ କାମ ନସରୁଣୁ ରାସ୍ତା ଫାଟି ଯାଉଥିବା ଏବଂ କେତେକ ସ୍ଥାନ ରେ ରାସ୍ତା ଦାବି ଯାଇଥିବାର ଦେଖି ଏହାର ସ୍ଥାୟିତ୍ୱ ନେଇ ଜନ ସାଧାରଣରେ ପ୍ରଶ୍ନ ହେଉଛି।

ସୂଚନାଯୋଗ୍ୟ ଯେ, ଏହି ରାସ୍ତା ଉପରେ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲା ୫୦/୬୦ ଟି ଗ୍ରାମର ଲୋକେ ଯାତୟାତ ପାଇଁ ନିର୍ଭର କରିଥାନ୍ତି। ଭୂଷଣଷ୍ଟିଲ୍, ଆଦିତ୍ୟ ଆଲୁମିନା,ଏନ୍ଏଲ୍ସି କୋଇଲା ଖଣ,ବେଦାନ୍ତ ଆଲୁମିନା ଆଦି ଖଣି ଏବଂ କାରଖନା ରେ କାର୍ଯ୍ୟରତ କର୍ମଚାରୀ,ଶ୍ରମିକ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରିଥାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା କାମ ରେ ହେଉଥିବା ଜାଳିଆତି ର ସରଜମିନ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories