www.samajalive.in
Tuesday, December 9, 2025
17.1 C
Bhubaneswar

ପାରାଦୀପ ଆଙ୍କରେଜ ପଏଣ୍ଟରେ ଜାହାଜରୁ ସମୁଦ୍ରକୁ ଖସି ପଡିଥିବା ୩ ଜଣ ବାଂଲାଦେଶୀ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ରେସ୍କ୍ୟୁ ବୋଟ୍‍

ପାରାଦୀପ :  ଅଶାନ୍ତ ସମୁଦ୍ରରେ ଶାନ୍ତ ହୋଇ କାର୍ଯ୍ୟ କରିବାର ଶୈଳୀ, ପାରାଦୀପ ବନ୍ଦରର ସାମୁଦ୍ରିକ କର୍ମଚାରୀଙ୍କୁ ବେଶ୍‍ ଭଲ ଭାବେ ଜଣା। ଏହା ଆଜି ପୁଣି ପ୍ରମାଣିତ ହୋଇଛି। ମାଲ୍ଟା ଫ୍ଲାଗ୍‍ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓସନ୍‍ ସେଂଚୁରୀ ନାମକ ଜାହାଜ ପାରାଦୀପର ଆଙ୍କରେଜ୍‍ରେ ଆଜି ଅପେକ୍ଷା କରିଥିଲା। ତେବେ କୌଣସି କାରଣ ବଶତଃ ଏହାର ୩ଜଣ ବାଂଲାଦେଶୀ ନାବିକ ସମୁଦ୍ର ମଧ୍ୟକୁ ଖସି ପଡିଥିଲେ ଓ ଅଶାନ୍ତ ସମୁଦ୍ର ମଧ୍ୟରେ ଭାସି ଯାଉଥିଲେ।

ସେମାନଙ୍କ ମଧ୍ୟରୁ ୨ଜଣ ସେକେଂଡ ଓ ଥାର୍ଡ ଇଂଜିନିୟର ଓ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର। ସୂଚନା ପାଇବା ମାତ୍ରେ ପାରାଦୀପ ବନ୍ଦର ହାର୍ବର ମାଷ୍ଟର କ୍ୟାପଟେନ୍‍ ଅଲେଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଠିକଣା ପଦକ୍ଷେପ ନିଆଯାଇ, ବନ୍ଦରର ପେଟ୍ରୋଲିଂ କ୍ରାଫ୍ଟ ଓ ଟଗ୍‍ ବୋଟ୍‍କୁ ସେଠାକୁ
ପଠାଯାଇ ଆଜି ଅପରାହ୍ନରେ ଲଗାଣ ବର୍ଷା ବିତ୍ପାତ ଓ ଅଶାନ୍ତ ସମୁଦ୍ର ସତ୍ୱେ ସହିତ ନାବିକମାନଙ୍କୁ ଉଦ୍ଧାର କରାଯାଇଛି ଓ ସେମାନଙ୍କୁ ପାରାଦୀପ ବନ୍ଦର ଚିକିତ୍ସାଳୟରେ ପ୍ରାଥମିକ ଉପଚାର କରାଯାଇଛି। ସେମାନେ ସୁସ୍ଥ ଅଛନ୍ତି। ବୁଡିଯାଇଥିବା ରେସ୍କ୍ୟୁ ବୋଟ୍‍କୁ ବି ଉଦ୍ଧାର କରି ବନ୍ଦର ମଧ୍ୟକୁ ଅଣାଯିିବା ପାଇଁ ଉଦ୍ୟମ ଜାରୀ ରହିଛି। ବନ୍ଦରର ଉପ ସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର, ବିଭାଗୀୟ ଅଧିକାରୀଙ୍କ ଓ କର୍ମଚାରୀଙ୍କ ଦୁଃସାହସିକ ପଦକ୍ଷେପର ଭୂୟସୀ ପ୍ରଶଂସା କରିଛନ୍ତି। ପାରାଦୀପ ସହରରେ ବିଭାଗୀୟ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପ ସଂପର୍କରେ ଜୋରସୋରରେ ଚର୍ଚ୍ଚା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories