ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦୨୦ ପାଇଁ ପ୍ରାୟ ୧୧ ଲକ୍ଷ ୫୮ ହଜାର ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ବୋନସ ଆକାରରେ ୭୮ ଦିନର ବେତନ ପ୍ରଦାନ କରାଯାଇଛି। ଏହି ବୋନସ ପରିମାଣ ୨୦୮୧ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ରେଳବାଇର ସମସ୍ତ ଯୋଗ୍ୟ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ଉତ୍ପାଦକତା ଲିଙ୍କ୍ ବୋନସ୍ ୭୮ ଦିନର ବେତନ ସହିତ ସମାନତା ପାଇଁ ରେଳ ମନ୍ତ୍ରଣାଳୟର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଗତକାଲି ଅନୁମୋଦନ କରିଥିଲା। ୭୮ ଦିନର ବେତନ ହିସାବକୁ ନେଲେ ଜଣେ ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ସର୍ବାଧିକ ଦେୟ ହେଉଛି ୧୭ ହଜାର ୯୫୧ ଟଙ୍କା। ଯୋଗ୍ୟ ରେଳ କର୍ମଚାରୀଙ୍କୁ ଉତ୍ପାଦକତା ଲିଙ୍କଡ୍ ବୋନସ୍ ପ୍ରତିବର୍ଷ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ।
Popular Categories



