www.samajalive.in
Saturday, December 13, 2025
26.1 C
Bhubaneswar

ଚା’ପତିରୁ ତିଆରି କରନ୍ତୁ ସ୍କ୍ରବ୍

ମହାମାରୀ କାରଣରୁ ଯୁବତୀ ଓ ମହିଳାମାନେ ପାର୍ଲର ଯିବାକୁ ବର୍ତ୍ତମାନ ସୁରକ୍ଷିତ ମଣୁନାହାନ୍ତି। ଘରୋଇ ଉପଚାର କରିବା ହିଁ ସବୁଠୁ ଉତ୍ତମ ଉପାୟ। କେମିକାଲ୍ ଭରପୂର ବଜାରରୁ ସ୍କ୍ରବ୍ କିଣିବା ପରିବର୍ତ୍ତେ ଘରେ ଅଳ୍ପ ସମୟରେ ସ୍କ୍ରବ୍ ତିଆରି କରିପାରିବେ। ଏହାକୁ ନିୟମିତ ଉପଯୋଗ କଲେ ମଧ୍ୟ ତ୍ବଚା ଉପରେ କୁପ୍ରଭାବ ପଡ଼େନାହିଁ।

ଆବଶ୍ୟକ ସାମଗ୍ରୀମାନ ହେଲା ୨କପ୍ ଚିନି, ୪ ଚାମଚ ଚା’ ଗୁଣ୍ଡ, ୧ଚାମଚ ନଡ଼ିଆ ତେଲ ଓ ଏୟାର୍-ଟାଇଟ୍ ଡବା। ପ୍ରଥମେ ଏକ ବଡ଼ ପାତ୍ର ନେଇ ସେଥିରେ ଚିନି ଓ ଚା’କୁ ଭଲରେ ମିଶାଇ ଦିଅନ୍ତୁ। ଏବେ ଭଲରେ ଗ୍ରାଇଣ୍ଡିଂ କରି ପାତ୍ରକୁ କାଢ଼ିନେବେ। ଅନ୍ୟ ଏକ ପାତ୍ରରେ ତେଲ ନେଇ ନଖଉଷୁମ କରି ରଖନ୍ତୁ। ଏବେ ସମସ୍ତ ସାମଗ୍ରୀକୁ ଭଲରେ ଗୋଟିଏ ପାତ୍ରରେ ମିଶାଇ ମିଶ୍ରଣ ଗାଢ଼ ହେବା ପର୍ଯ୍ୟନ୍ତ ଚାମରେ ମିଶାଇବେ। ଏବେ ସେହି ମିଶ୍ରଣକୁ ଏୟାର-ଟାଇଟ୍ ଡବାରେ ଭର୍ତ୍ତି କରି ୧ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ। ସ୍ନାନ ପୂର୍ବରୁ ତ୍ବଚା, ହାତ, ଗୋଡ଼ରେ ଲଗାଇ ମାଲିସ୍ କରି ପରେ ଉଷୁମ ପାଣିରେ ଧୋଇନେବେ। ଏହି ସ୍କ୍ରବ୍ ତ୍ବଚାକୁ କୌଣସି କ୍ଷତି ପହଞ୍ଚାଇନଥାଏ ବରଂ ତ୍ବଚା​‌େ​‌ର ଏକ ଚମକ ଆସିଥାଏ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories