www.samajalive.in
Saturday, December 13, 2025
26.1 C
Bhubaneswar

ଏକାମ୍ରରେ ଷଣ୍ଢ ଛାଡ଼ିଲେ ୧୦ହଜାର ଦାଖଲ କରିବେ

ଭୁବନେଶ୍ବର: ଏକାମ୍ର କ୍ଷେତ୍ରରେ ଷଣ୍ଢ ଛାଡ଼ିଲେ ଅର୍ଥ ଦେବାକୁ ପଡ଼ିବ। ଦିଅଁଙ୍କୁ ଯାଚଜ୍ଞା ରଖିଥିବା ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ଷଣ୍ଢ ଛାଡ଼ିବା ପୂର୍ବରୁ ମନ୍ଦିର କାର୍ଯ୍ୟାଳୟରେ ୧୦ହଜାର ଟଙ୍କା ଦାଖଲ କରିବାକୁ ହେବ। ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକାମ୍ରକ୍ଷେତ୍ରରେ ଏବେ ୧୩୦୦ରୁ ୧୪୦୦ ଷଣ୍ଢ ବୁଲୁଛନ୍ତି। ସେମାନଙ୍କୁ ବିଏମ୍‌ସି ଉଦ୍ଧାର କରି ଆନିମଲ ୱେଲଫେୟାର ସେଣ୍ଟରରେ ନେଇ ଛାଡୁଛନ୍ତି।

ସେବାୟତମାନେ ଏଣିକି ଶ୍ରଦ୍ଧାଳୁଙ୍କ ଷଣ୍ଢ ପୂଜା କରି ଛାଡ଼ିବା ପୂର୍ବରୁ ଯାଚଜ୍ଞାକାରୀଙ୍କୁ ମନ୍ଦିର ପ୍ରଶାସନରେ ୧୦ ହଜାର ଟଙ୍କା ପଇଠ କରିବାକୁ କହିବେ। ଉକ୍ତ ଟଙ୍କାକୁ ମନ୍ଦିର ପ୍ରଶାସନ ନେଇ ବିଏମ୍‌ସିରେ ଦାଖଲ କରିବ। ସେଇ ଟଙ୍କାରେ ଷଣ୍ଢଙ୍କୁ ଖାଦ୍ୟ ଦିଆଯିବ। ଏଥିରେ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏକାମ୍ର ବିକାଶ କାର୍ଯ୍ୟରେ ପୁରୁଣାଭୁବନେଶ୍ବରର ଗୋପାଳତୀର୍ଥ, ଶିବତୀର୍ଥ ଓ ଶଙ୍କରାନନ୍ଦ ମଠର କିଛି ଅଂଶ ଯାଉଥିବାରୁ ସେଇ ମଠ ବାବଦ ଯେଉଁ ଅର୍ଥ ମିଳିବ ସ୍ବତନ୍ତ୍ର ଆକାଉଣ୍ଟ ଖୋଲାଯାଇ ସେଥିରେ ଜମା ହେବ। ଏହାକୁ ମଠର ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବ। ସେହିପରି ବୈଠକରେ ଲିଙ୍ଗରାଜଙ୍କ ଆୟ ବ୍ୟୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଲିଙ୍ଗରାଜ ମନ୍ଦିରରେ ଦିଅଁଙ୍କ ନୀତିକାନ୍ତି, ଯାନିଯାତ୍ରା ପାଇଁ ମାସକୁ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏବେ କରୋନା ଯୋଗୁଁ ଦିଅଁଙ୍କ ଆୟ ମାସକୁ ୨ଲକ୍ଷ ଟଙ୍କା ହେଉଛି। ଦିଅଁଙ୍କ ସୈରାତ ନିଲାମ ବନ୍ଦ ଥିବାରୁ ଆୟ ଉପରେ ପ୍ରଭାବ ପଡ଼ିଛି। ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସରେ ୧୧ମାସ ହେବ ୫୮ଟି ଦୋକାନ ଘର ଭଡ଼ାରେ ଲାଗିଛି। ବିଏମ୍‌ସି ଉକ୍ତ ଦୋକାନ ଭଡ଼ା ଆଦାୟ କରି ୫୦ ପ୍ରତିଶତ ଅର୍ଥ ମନ୍ଦିର ପ୍ରଶାସନକୁ ଦେଉନି। ତେଣୁ ଉକ୍ତ ଟଙ୍କାକୁ ବିଏମ୍‌ସି ଯଥାଶୀଘ୍ର ଦେବାକୁ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଛି। ଏଥିପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଏମ୍‌ସିକୁ ଅବଗତ କରିବେ। ଯେଉଁମାନଙ୍କର ଭଡ଼ା ଟଙ୍କା ବର୍ଷ ବର୍ଷ ଧରି ପଡ଼ିଛି ସେମାନଙ୍କ ବିରୋଧରେ ମନ୍ଦିର ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ଲିଙ୍ଗରାଜଙ୍କ ଜମି ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କୁ ଦଖଲ ମୁକ୍ତ କରିବା ଲାଗି ଜଣେ ଓଏଏସ୍‌ ଅଫିସର ନିଯୁକ୍ତି ହେବେ। ଏହାସହ ଜଣେ ରାଜସ୍ବ ନିରୀକ୍ଷକ ଓ ଅମିନ ନିଯୁକ୍ତି କରାଯିବ। ଏନେଇ ଟ୍ରଷ୍ଟବୋର୍ଡ ସରକାରଙ୍କୁ ଅନୁମୋଦନ ପାଇଁ ଲେଖିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଲାପାଳଙ୍କ ନିର୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜବରଦଖଲ ମୁକ୍ତ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

- Advertisement -

ବୁଧବାର ଭୁବନେଶ୍ବର ସର୍କିଟ ହାଉସରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଟ୍ରଷ୍ଟି ସଦସ୍ୟ ଅବନୀକାନ୍ତ ପଟ୍ଟନାୟକ, ମାନସ ମହାପାତ୍ର, ରୁଦ୍ର ପ୍ରସାଦ ନନ୍ଦ, ହେମନ୍ତ ପଣ୍ଡା, ଅଞ୍ଚଳ ବଟୁ, ପ୍ରସନ୍ନ ପୂଜାପଣ୍ଡା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories