www.samajalive.in
Sunday, December 14, 2025
23.1 C
Bhubaneswar

ପାରାଦ୍ବୀପ ସମେତ ସବୁ ବୃହତ୍‌ ବନ୍ଦରାଞ୍ଚଳରେ ହେବ ସୁପର ସ୍ପେଶାଲିଟି ହସ୍ପିଟାଲ

ଭୁବନେଶ୍ବର:ପାରାଦ୍ବୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢ଼ାଞ୍ଚାର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଗୋଲ୍ଡେନ ସେର ମଡେଲ ଢ଼ାଞ୍ଚାରେ ପ୍ରସ୍ତୁତ ହେବାକୁ ଥିବା ଏହି ହସ୍ପିଟାଲ ପ୍ରକଳ୍ପ ସମୂହକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ଅର୍ଥ ସମ୍ପର୍କୀୟ ଷ୍ଟାଣ୍ଡିଂ କମିଟି ବିଧିବଦ୍ଧ ଭାବେ ମଞ୍ଜୁରି ପ୍ରଦାନ କରିଛି ା ଏହି ଗୋଲ୍ଡେନ ସେର ମଡେଲ ଢ଼ାଞ୍ଚାରେ ପ୍ରଥମେ ମୁମ୍ବଇ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ। ତେବେ ଏହି ହସ୍‌ପିଟାଲ ନିର୍ମାଣକୁ ଚଳିତମାସ ୧୧ରେ ମଞ୍ଜୁରି ମିଳିଛି।
କେନ୍ଦ୍ର ଜାହାଜ ମନ୍ତ୍ରାଳୟର ଏକ ସୂଚନା ଅନୁଯାୟୀ ପାରାଦ୍ବୀପ ବନ୍ଦର ଲାଗି ପ୍ରସ୍ତାବିତ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ ପାଇଁ ସମସ୍ତ ବିଧିବ୍ୟବସ୍ଥା ସମ୍ପର୍କିତ ରି​‌େ​‌ପ​‌ାର୍ଟ ଏବଂ ଅନ୍ୟାନ୍ୟ ଆବଶ୍ୟକ ରିପୋର୍ଟ ସମ୍ପୃକ୍ତ ପରାମର୍ଶଦାତା ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ଶେଷସୁଦ୍ଧା ଏହି ରିପୋର୍ଟ ଜାହାଜ ମନ୍ତ୍ରାଳୟ ନିକଟରେ ଦାଖଲ ହେବ। ପୂର୍ବରୁ କେନ୍ଦ୍ର ସରକାର ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲ ସହାୟତାରେ ପିପିପି ଢ଼ାଞ୍ଚାରେ ପାରାଦ୍ବୀପଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ଲାଗି ଯୋଜନା କରିଥିଲେ ମଧ୍ୟ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡିକ ଏ ନେଇ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଜାହାଜ ମନ୍ତ୍ରାଳୟ ବନ୍ଦର କର୍ମଚାରୀ ଏବଂ ବନ୍ଦରାଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଲ୍ଡେନ ସେର ମଡେଲ ଢ଼ାଞ୍ଚାରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ା ତେଣୁ ଏହି ହସ୍ପିଟାଲ ପ୍ରକଳ୍ପ ଫାଙ୍କା ପ୍ରତିଶ୍ରୁତି ନୁହେଁ ବୋଲି ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories