୧୦ମ ଶ୍ରେଣୀ ଛାତ୍ରକୁ ପିଟିପିଟି ହତ୍ୟା

0

ନୂଆଦିଲ୍ଲୀ : ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରକୁ ତାର କେତେକ ସାଥୀ ଛାତ୍ର ପିଟିପିଟି ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ଜ୍ୟୋତିନଗର ଏସକେଭି ସ୍କୁଲ ପରିସରରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଗୌରବ (୧୭)। ପୁଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସର କହିବା ଅନୁଯାୟୀ ଗୌରବକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା; ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୌରବ ତାଙ୍କ ପିତାମାତାଙ୍କ ସହିତ ବାବରପୁରରେ ରହୁଥିଲେ। ବୁଧବାର ସେ ତାଙ୍କ ଶ୍ରେଣୀ ଶିକ୍ଷକଙ୍କୁ ଭେଟିବାକୁ ଯାଇଥିଲେ। ପୁଲିସ ଏହି ଘଟଣାରେ କେତେକ ପିଲାଙ୍କୁ ପଚରାଉଚରା କରିଛି; ମାତ୍ର କାହାକୁ ଗିରଫ କରି ନାହିଁ।

Leave A Reply