www.samajalive.in
Friday, December 12, 2025
15.1 C
Bhubaneswar

ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ

ନବରାତ୍ରର ଶୁଭାରମ୍ଭ ହୋଇଯାଇଛି। ଏହି ଦିନରେ ରଙ୍ଗମାନଙ୍କର ବିଶେଷ ମହତ୍ୱ ଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ ଅଟେ।
ନଅ ଦିନରେ ନଅଟି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିବା ସହ ସ୍ୱତନ୍ତ୍ର ଫଳ ମଧ୍ୟ ମିଳିଥାଏ। ଜାଣନ୍ତୁ ,ଏହି ନଅ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିବେଟ୍ଟ.
ପ୍ରଥମ ଦିନରେ ମା’ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନ ପୂଜାରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଅତ୍ୟନ୍ତ ଶୁଭ ହୋଇଥାଏ।
ଦିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କର ପୂଜା ହୋଇଥାଏ। ଏହି ଦିନରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା ହୋଇଥାଏ। ଏହି ଦିନରେ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଚତୁର୍ଥ ଦିନରେ ମା’କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ। ଏହି ଦିନରେ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା ହୋଇଥାଏ। ଏହି ଦିନରେ ଧବଳ ରଙ୍ଗର ପୋଷାକ ପିନ୍ଧିବା ବହୁତ ଶୁଭ ଅଟେ।
ଷଷ୍ଠ ଦିନରେ ମା’କାର୍ତ୍ତିୟାନୀଙ୍କର ପୂଜା ହୋଇଥାଏ। ଏହି ଦିନରେ ନାଲି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସପ୍ତମୀ ଦିନରେ ମା’କାଳରାତ୍ରିଙ୍କର ପୂଜା ହୋଇଥାଏ। ଏହି ଦିନରେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଅଷ୍ଟମ ଦିନରେ ମା’ମହାଗୌରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ଗୋଲାପି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ନବମ ଦିନରେ ମା’ସିଦ୍ଧାତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ନଅ ଦିନ ମଧ୍ୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories