www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଉପରେ ଗବେଷଣା ପାଇଁ ଆମେରିକାରେ ଏହି ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ୧୮ଲକ୍ଷ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ : ଆମେରିକାରେ କରୋନା ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦ୍ଭବ ୧୪ବର୍ଷ ବୟସ୍କା ଅନିକା ଚେବ୍ରୋଲୁଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନିକା ଗବେଷଣା ପାଇଁ ୨୫ ହଜାର ଡଲାର ଅର୍ଥାତ୍ ପ୍ରାୟ ୧୮ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରେ ସେ ଏଥିରୁ ରକ୍ଷା ପାଇବା ଉପରେ ଧ୍ୟାନ ଦେଇଥିଲେ। ଆମେରିକୀୟ ସଂସ୍ଥା​‌ ୩ଏମ୍ ଦ୍ବାରା ଚଲାଯାଇଥିବା ୟଙ୍ଗ୍ ସାଇଣ୍ଟିଷ୍ଟ୍ ୨୦୨୦ରେ ଅନିକା କରୋନା ସଙ୍କଟରୁ ଲଢ଼ିବା ପାଇଁ ଗବେଷଣା କରିଛନ୍ତି। ନିଜ ଗବେଷଣାରେ ଅନିକା ଏକ ମଲେକ୍ୟୁଲକୁ ବିକଶିତ କରିଛନ୍ତି, ଯାହା କରୋନା ଭାଇରସ୍ ବିରୋଧରେ ଲଢ଼େଇରେ ସହାର୍ଯ୍ୟ କରିଥାଏ। ଏହି ମଲେକ୍ୟୁଲ ସାହାଯ୍ୟରେ ଶରୀରରେ କରୋନା ଭାଇରସ୍ ଏକ ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇପାରେ ଏବଂ ବ୍ୟାପିବାରୁ ରୋକା ଯାଇ ପାରିବ।
ଆମେରିକୀୟ କମ୍ପାନୀ ୩ଏମ୍ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲରେ ଅନିକାଙ୍କ ସମେତ ୧୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories