www.samajalive.in
Saturday, December 6, 2025
23.1 C
Bhubaneswar

ବିପଦସଂକୁଳ ଅବସ୍ଥାରେ ଡ଼େହେଙ୍ଗୀ ପୋଲ

ଫୁଲବାଣୀ/ଖଜୁରିପଡ଼ା : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ପଂଚାୟତ ସମିତି ଅନ୍ତର୍ଗତ ଡ଼େହେଙ୍ଗି ଗ୍ରାମରୁ ହୁଗୁଳାସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତାରେ ଖଜୁରପଡ଼ାର ଏକ ପ୍ରମୁଖ ନାଳ ପ୍ରବାହିତ ହେଉଥିବା ବେଳେ ଉକ୍ତ ରସ୍ତାରେ ଥିବା ପୋଲ ଯୋଗୁଁ ରାସ୍ତା ଉପରେ ନିର୍ଭର କରୁଥିବା ଶହ ଶହ ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲଟିର ନିମ୍ନ ଭାଗ ଦୁର୍ବଳ ଓ ଗୋଟିଏ ପାଶ୍ୱ ସଂପୂର୍ଣ୍ଣଭାବେ ମାଟି ଖସିଯାଇ ମୁକୁଳା ରହିଥିବା ବେଳେ କେତେବେଳେ କଣ ଘଟିବ ତାହା କହିହେଉନାହିଁ। ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଅଧିବାସୀ ସହିତ ଗୋରୁପୋଲ ଯାତାୟତ କରିଥାନ୍ତି। କୌଣସି ବିପଦ ଆସିବା ପୂର୍ବରୁ ପ୍ରଶାସନ ତୁରନ୍ତ ଉକ୍ତ ବିପଦ ସଂକୁଳ ପୋଲର ମରାମତି ପାଇଁ ଦୃଷ୍ଟିଦେବାକୁ ଡ଼େହେଙ୍ଗି ଗ୍ରାମର ଦୀପକ କୁମାର ବିଶୋୟୀ, ସୁରେଶ ପାତ୍ର, ନରହରି ପାତ୍ର, ମାନସ ପ୍ରଧାନ, ରାଜ କିଶୋର ପାତ୍ର, ଶ୍ରୀହରି ପାତ୍ର, ଅନନ୍ତ ଦେହୁରୀ, ବିନିତା ଦେହୁରୀ ଓ ବିକ୍ରମସେବ ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ତେବେ ଏନେଇ ପଂଚାୟତ କାଯ୍ୟାଳୟରେ ଜଣାଇ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗ୍ରାମର ୱାର୍ଡ଼ ମେମ୍ବର ମାନଓ ଦେହୁରୀ, ବସନ୍ତ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories