www.samajalive.in
Wednesday, December 10, 2025
14.1 C
Bhubaneswar

ଦିଲ୍ଲୀ କ୍ଷମତା କନ୍ଦଳ : ଉପରାଜ୍ୟପାଳଙ୍କ ପକ୍ଷ ରଖିବାକୁ ୩ ବରିଷ୍ଠ ଓକିଲ ନିଯୁକ୍ତ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଶାସନିକ ଏବଂ ଦୁର୍ନୀତି ନିବାରଣ ଶାଖା (ଏସିବି) ଉପରେ ଉପରାଜ୍ୟପାଳ ଅନୀଲ୍‍ ବୈଜଲ୍‍ଙ୍କ କ୍ଷମତା କାଏମ ରଖିବା ଲାଗି କେନ୍ଦ୍ର ସରକାର ଯତ୍‍ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି। କ୍ଷମତା କନ୍ଦଳରେ ଯେଭଳି ବୈଜଲ୍‍ଙ୍କ ବିଜୟ ହେବ ସେଥିନେଇ କେନ୍ଦ୍ର ପକ୍ଷରୁ ତିନି ଜଣ ବରିଷ୍ଠ ଓକିଲଙ୍କୁ ନିଯୁକ୍ତ କରାଯାଇଛି। ବରିଷ୍ଠ ଓକିଲ ହରିଶ ରାୱତ୍‍, ସି. ଏ. ସୁନ୍ଦରମ୍‍ ଏବଂ ରାକେଶ ଦ୍ୱିବେଦୀ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ପୀଠ ସମ୍ମୁଖରେ ବୈଜଲ୍‍ଙ୍କ ପକ୍ଷ ଉପସ୍ଥାପନ କରିବେ। ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ଏଯାବତ୍‍ ଅତିରିକ୍ତ ସଲିସିଟର ଜେନେରାଲ ଉଭୟ କେନ୍ଦ୍ର ଏବଂ ଉପ-ରାଜ୍ୟପାଳଙ୍କ ପକ୍ଷ ରଖିଆସୁଥିଲେ। ଅନ୍ୟପଟେ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍‍, ରାଜୀବ ଧବନ, ପି. ଚିଦାମ୍ବରମ୍‍, ଶେଖର ନାଫାଡେ ଏବଂ ଇନ୍ଦିରା ଜୟସିଂ ଆପ୍‍ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିବେ। ଦିଲ୍ଲୀରେ କ୍ଷମତାକୁ ନେଇ ଲାଗି ରହିଥିବା ବିବାଦ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ଉପ-ରାଜ୍ୟପାଳ ତାହାକୁ ପାଳନ କରିବାରେ ବାଛବିଚାର ନୀତି ଆପଣାଉ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁନଃ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗୁରୁବାର ଚିଦାମ୍ବରମ୍‍ ଆପ୍‍ ସରକାର ପକ୍ଷରୁ କୋର୍ଟରେ ଯୁକ୍ତି ବାଢିଥିଲେ। ସାମ୍ବିଧାନୀକ ପୀଠ ଦିଲ୍ଲୀର କ୍ଷମତା ସମ୍ବନ୍ଧରେ ସ୍ପଷ୍ଟ ରାୟ ଦେବା ସତ୍ତ୍ବେ ଏଠାକାର ପ୍ରଶାସନ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ବୋଲି ସେ କହିଥିଲେ। ମାମଲାର ଶୁଣାଣି ଜୁଲାଇ ୨୬ ରେ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories