www.samajalive.in
Wednesday, December 10, 2025
16.1 C
Bhubaneswar

ସାମୂହିକ ଆକ୍ରମଣ ପାଇଁ ସାମାଜିକ ଗଣମାଧ୍ୟମ ଦାୟୀ: ରାଜନାଥ

ନୂଆଦିଲ୍ଲୀ : ଗୁଜବକୁ ଭିତ୍ତି କରି ସାମୂହିକ ଆକ୍ରମଣ ପୂର୍ବକ ପିଟି ପିଟି ହତ୍ୟା କରିବା ଭଳି ଘଟଣାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଲୋକସଭାରେ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ଘଟଣା ପାଇଁ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାରକୁ ସେ ଦାୟୀ କରିଛନ୍ତି। ସେ କହିଛନ୍ତି, ଏହି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ଏନେଇ ଚିନ୍ତିତ। ତେବେ ଏଭଳି ଘଟଣା ପୁନରାବୃତ୍ତି ରୋକିବା ସମ୍ପୃକ୍ତ ରାଜ୍ୟ ସରକାରଗୁଡିକର ଦାୟିତ୍ୱ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ରାଜ୍ୟ ସରକାରଗୁଡିକ ଏ ଦିଗରେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ନୀରବ ରହିନାହାନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଗତ ଦିନରେ ଦୁଇଥର ପରାମର୍ଶବଳୀ ଜାରି କରାଯାଇଛି ବୋଲି ରାଜନାଥ ଦର୍ଶାଇଛନ୍ତି। ସମାଜରେ ଅରାଜକତା ଏବଂ ଭୟ ସୃଷ୍ଟି କରିଥିବା ସାମୂହିକ ଆକ୍ରମଣ ପୂର୍ବକ ପିଟି ପିଟି ହତ୍ୟା ଘଟଣାକୁ ନେଇ ତାଙ୍କର ଏଭଳି ହାଲ୍‍କା ପ୍ରତିକ୍ରିୟା ଉପରେ ବିରୋଧୀ ଦଳ କଂଗ୍ରେସ୍‍, ଆର୍‍ଜେଡି ଏବଂ ଏନ୍‍ସିପି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି ଗୃହ ତ୍ୟାଗ କରିଛନ୍ତି। ଏଥିସହ କଂଗ୍ରେସ ପକ୍ଷରୁ ଏ ନେଇ ଗୃହ ମୁଲତବୀ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ଅନ୍ୟପଟେ ଗୋହତ୍ୟା ସମ୍ବନ୍ଧୀୟ ଗୁଜବକୁ ଭିତ୍ତି କରି ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ବିରୋଧରେ ବିରୋଧୀ ଦଳର ସଦସ୍ୟମାନେ ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ସିହ୍ନା ନିଜ ଆସନରୁ ଉଠି ଛିଡା ହେବା ମାତ୍ରେ ବିରୋଧୀମାନେ ନାନା ସ୍ଲୋଗାନ ଦେବା ସହିତ ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories