www.samajalive.in
Monday, December 8, 2025
20.1 C
Bhubaneswar

କାୟା ବିସ୍ତାର କରିଛି ‘ଜାଲ୍‍ ସନ୍ଦର୍ଭ’ କାରବାର

ନୂଆଦିଲ୍ଲୀ,୧୯ା୭: ଭାରତରେ ବ୍ୟାପକ ଭାବେ ଜାଲ୍‍ ସନ୍ଦର୍ଭ ପ୍ରକାଶନ କାରବାର ଚାଲିଥିବା ଜଣାପଡିଛି। ଜାଲ୍‍ ବା ମିଥ୍ୟା ସନ୍ଦର୍ଭ ପ୍ରକାଶ କରି ତାହାକୁ ଅନ୍ତର୍ଜାତୀୟସ୍ତରର ବୋଲି ଦର୍ଶାଯାଉଛି। ଗୋଟିଏ ସନ୍ଦର୍ଭ ପ୍ରକାଶ କରିବା ନିମନ୍ତେ ୩୦ଡଲାରରୁ ୧୮୦୦ ଡଲାର ପର୍ଯ୍ୟନ୍ତ ମୂଲ୍ୟ ଦାବି କରାଯାଉଛି। ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ପ୍ରକାଶକ ଏଭଳି ଜାଲ୍‍ ସନ୍ଦର୍ଭ ମୁଦ୍ରଣରେ ସମ୍ପୃକ୍ତ ଅଛନ୍ତି ବୋଲି ଏକ ପ୍ରମୁଖ ଇଂରାଜୀ ଖବରକାଗଜ ‘ଇଣ୍ଡିଆନ୍‍ ଏକ୍ସପ୍ରେସ୍‍’ ଦର୍ଶାଇଛି। ଏଥିଅନୁଯାୟୀ ଭାରତର ଆଇଟି ସହର ହାଇଦରାବାଦ୍‍ସ୍ଥିତ ଏକ ବିଳାସପୂର୍ଣ୍ଣ ଅଟ୍ଟାଳିକାଠାରୁ ଆରମ୍ଭ କରି ବରେଲିର ଗୋଟିଏ କୋଠରୀ, ଗୋଟିଏ ଲ୍ୟାପ୍‍ଟପ ଏବଂ ଜଣେ ବ୍ୟକ୍ତିବିଶିଷ୍ଟ କାର୍ଯ୍ୟାଳୟ ମଧ୍ୟରେ ଏହି କାରବାର କାୟା ବିସ୍ତାର କରିଛି। ଏଗୁଡିକ ମଧ୍ୟରୁ ଅଧିକାଂଶ ପ୍ରକାଶକ ଅନ୍‍ଲାଇନ୍‍ରେ ଏଭଳି କାର୍ଯ୍ୟ କରୁଛନ୍ତି। ମାତ୍ର ଗବେଷଣାମୂଳକ ସନ୍ଦର୍ଭ ପ୍ରସ୍ତୁତ କରିବା ଲାଗି ସେମାନଙ୍କ ନିକଟରେ ଗବେଷକମାନଙ୍କ ଏକ ବୃହତ୍‍ ଦଳ ରହିଛି ବୋଲି ଉକ୍ତ ସଂସ୍ଥାଗୁଡିକ ଦର୍ଶାଇଛନ୍ତି। ଏହି ଗବେଷକମାନେ ସମ୍ପାଦକ କାର୍ଯ୍ୟ ମଧ୍ୟ କରୁଥିବାରୁ ସନ୍ଦର୍ଭକୁ ସମ୍ପାଦକୀୟ ଯାଞ୍ଚ ନ କରି ଛାପି ଦିଆଯାଉଥିବା ପ୍ରକାଶକମାନେ କହିଛନ୍ତି। ଏହି ପ୍ରସଙ୍ଗରେ ହାଇଦ୍ରାବାଦ୍‍ଭିତ୍ତିକ ପ୍ରକାଶନ ସଂସ୍ଥା ଓମିକ୍ସ ଏବେ ଆମେରିକାର ସଂଘୀୟ ବାଣଜ୍ୟ ଆୟୋଗ (ଏଫ୍‍ଟିସି) ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛି। ଅନ୍ୟପଟେ ଓମିକ୍ସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି।
ଏଭଳି ସନ୍ଦର୍ଭ ପ୍ରକାଶନ ଯୋଗୁ ବିଶ୍ୱଦରବାରରେ ଭାରତର ଗରୀମା କ୍ଷୁଣ୍ଣ ହେଉଛି ବୋଲି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଏସ୍‍. ସି ଲାଖୋଟିଆ କହିଛନ୍ତି। ବିଶ୍ୱବିଦ୍ୟାଳୟଗୁଡିକ ଦ୍ୱାରା ସୁପାରିସ କରାଯାଇଥିବା ସନ୍ଦର୍ଭକୁ ନିୟନ୍ତ୍ରକ କମିଟିର ଚୂଡାନ୍ତ ୩୨,୦୦୦ ପତ୍ରିକା ବିଶିଷ୍ଟ ତାଲିକାରେ ସାମିଲ କରିବା ଲାଗି ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ଏକ କମିଟି ଗଠନ କରିଥିଲା। ଏହି କମିଟି ସଦସ୍ୟ ପଦରୁ ଲାଖୋଟିଆ ଦଶମାସ ପୂର୍ବେ ଇସ୍ତଫା ଦେଇଛନ୍ତି। ତାଲିକାରେ ଏକାଧିକ ଜାଲ୍‍ ପତ୍ରିକା ରହିଥିବା ସେ ଦର୍ଶାଇଛନ୍ତି। ଗତ ୨ ତାରିଖରେ ୟୁଜିସି ୪,୩୦୫ ପତ୍ରିକାକୁ ବାଦ୍‍ ଦେଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories