ନବରଙ୍ଗପୁର : ନବରଙ୍ଗପୁର ଜିୂଲା ଚନ୍ଧାହାଣ୍ଡି ଘାଟିରେ ସୋମବାର ଏକ ଅଟୋ ଓଲଟି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗ୍ରାମର ଲୋକ ଏକ ଅଟୋ ଯୋଗେ ଚନ୍ଧା ହାଣ୍ଡି ବ୍ଲକ କରାଡଙ୍ଗରି ଗ୍ରାମରେ ଏକ ଦଶାହ କାର୍ଯ୍ୟକ୍ରମରେ ଯାଉଥିବାବେଳେ ଚନ୍ଧାହାଣ୍ଡି ଘାଟିରେ ଅଟୋ ଭାରଶ୍ୟାମ ହରାଇ ଓଲଟି ପଡ଼ିଥିଲା। ଅଟୋଟି ଓଲଟି ଯିବା ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ମହିଳା ଗୁରୁତର ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଅଟୋରେ ୨୨ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଅଟୋ ଟି ଯାଉଥିବାରୁ ଘାଟିରେ ଭାରଶ୍ୟାମ ହରାଇ ଓଲଟି ପଡିଥିଲା। ଅନ୍ୟ ଦଶ ଜଣ ସାମାନ୍ୟ ଆହତ ହୋଇଛନ୍ତି ଓ ଏଥିରେ ୭ ଜଣ ଶିଶୁ ଥିବାର ସୂଚନା ମିଳିଛି ।
Popular Categories



