www.samajalive.in
Monday, December 8, 2025
24.1 C
Bhubaneswar

ମନରେଗା ଯୋଜନାରେ ବିଦ୍ୟାଳୟ ପରିସର ସଫେଇ,୧୧ ଶ୍ରମିକ ପାଇଲେ କାମ

ବାଙ୍କୀ :  ଦୀର୍ଘ ୬ମାସ ଧରି କରୋନା ପ୍ରଭାବରେ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି। ଶ୍ରମିକ ମାନେ ରୋଜଗାର ହରାଇଛନ୍ତି। ବେଡି ଉପରେ କୋରଡା ପରି ଅଗଷ୍ଟ ମାସର ଶେଷ ସପ୍ତାହରେ ମହାନଦୀରେ ବନ୍ୟା ପ୍ରଭାବରେ ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ଶ୍ରମିକମାନେ ଶ୍ରମ ହରାଇଥିବା ଜଣାପଡିଛି।
ଏହି ପରିପ୍ରେକ୍ଷୀରେ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ମନରେଗା ଯୋଜନାରେ ବ୍ଲକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗ୍ରାମପଞ୍ଚାୟତ ସ୍ତରରେ ବିଭିନ୍ନ ଶ୍ରମ ଭିତ୍ତିକ କାର୍ଯ୍ୟ କରାଯାଉଛି। ସୂଚନା ଯୋଗ୍ୟ , ହରିରାଜପୁର ପଞ୍ଚାୟତରେ କରୋନା ନିୟନ୍ତ୍ରଣ ପାଇଁ ବାହାର ରାଜ୍ୟର ଫେରନ୍ତା ଶ୍ରମିକ ମାନଙ୍କୁ ସଙ୍ଗରୋଧ ଭାବରେ ରଖିବା ପାଇଁ ୨ଟି କ୍ୱାରେଣ୍ଟାଇନ ସେଷ୍ଟର କାର୍ଯ୍ୟକାରୀ ହୋଇଥିଲା। ଏବେ ସରକାରୀ ନିୟମ ଅନୁସାରେ ବିଦ୍ୟାଳୟ ଗୁଡିକୁ ସ୍ୱଭାବିକ ପରିଚାଳନା ପାଇଁ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି।
ଦୀର୍ଘ ୬ମାସ କାଳ ବିଦ୍ୟାଳୟ ପରିସର ବନ୍ଦ ରହିବାରୁ ଲଟାଝଟା ଓ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିଲା। ଗ୍ରାମପଞ୍ଚାୟତ ପରିଚାଳନାରେ ମନରେଗା ଯୋଜନାରେ ହରିରାଜପୁର ରାମଚନ୍ଦ୍ରପଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଶ୍ରମ ଭିତ୍ତିକ କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି।
ଏଠାରେ ୧୧ଜଣ ଶ୍ରମିକ କାର୍ଯ୍ୟ କରୁଥିଲା ବେଳେ ୬ଦିନ ପାଇଁ ପରିସରକୁ ସଫା କରାଯାଇ ପ୍ରାୟ ୬୬ଶ୍ରମ ଦିବସ ସୃଷ୍ଟି ହେବ ବୋଲି ଜଣାପଡିଛି। ବର୍ତ୍ତମାନ ସମୟରେ ଶ୍ରମିକ ପାଇଁ କାମ ନଥିଲା ବେଳେ ସରକାରୀ ଯୋଜନାରେ ଦିନ ପିଛା ୨୦୭ଟଙ୍କା ମଜୁରୀରେ ୧୧ଜଣ ଶ୍ରମିକ କାମ ପାଇଥିବା ହେତୁ ମନରେ ଆନନ୍ଦ ପ୍ରକାଶ ପାଇଥିବା ଶ୍ରମିକ ମାନେ କହିଛନ୍ତି। ଜବକାର୍ଡ ମାଧ୍ୟମରେ କାମ ପାଇ ସାପ୍ତାହିକ ବ୍ୟାଙ୍କ ଜମାଖାତା ମାଧ୍ୟମରେ ମଜୁରୀ ପାଇବେ ବୋଲି ସ୍ଥାନୀୟ ସରପଞ୍ଚ ଦେବସ୍ମିତା ସେଠୀଙ୍କ ଠାରୁ ସୂଚନା ମିଳିଛି। ଏହି ଯୋଜନାରେ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଶ୍ରମ ଭିତ୍ତିକ କାର୍ଯ୍ୟ ଯୋଗାଇ ଦିଆଯିବାକୁ ଅନୁରୋଧ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories