www.samajalive.in
Tuesday, December 9, 2025
15.1 C
Bhubaneswar

କୂଅରୁ ଶବ ମିଳିବା ଘଟଣା; ପୁଲିସର ତନାଘନା, ୬ ଅଟକ

କ.ନୂଆଗାଁ,ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ସାରଙ୍ଗଡ଼ ଥାନା ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏକ ଅଭାବନିୟ ଘଟଣାରେ ପୁଲିସ୍‍ ଆରମ୍ଭ କରିଛି ତନାଘନା। ପ୍ରେମ ଜନିତ କାରଣକୁ ନେଇ ଜଣେ ଫାର୍ମାସିଷ୍ଟ ଛାତକୁ ହତ୍ୟା କରାଯାଇଥିବାର ସନ୍ଦେହ କରିଛନ୍ତି ପରିବାର ଲୋକେ। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଜି.ଉଦୟଗିରି ଏସ୍‍.ଡ଼ି.ପି.ଓ ପ୍ରକାଶ କରିଥିବା ବେଳେ ଆଜି ଘଟଣା ସ୍ଥଳରେ ସାଇଣ୍ଟିଫିକ୍‍ ଟିମ୍‍ ସହିତ ସନ୍ଧାନୀ କୁକୁର ପହଞ୍ଚି ତନ ତନ କରି ତଦନ୍ତ କରିଥିବାର ଜଣାଯାଇଛି। ରିପୋର୍ଟ ଲେଖାହେବା ସୁଦ୍ଧା ପୁଲିସ୍‍ ଏହି ମାମଲାରେ କାହାରିକୁ ମଧ୍ୟ ଗିରଫ କରିନଥିବା ବେଳେ ଯେଉଁ ବ୍ୟକ୍ତିଙ୍କ ଘର ବାରିର କୁଅଁରୁ ଶବ ଉଦ୍ଧାର ହୋଇଛି ଉକ୍ତ ଘରର ମାଲିକଙ୍କ ସମେତ ଅନ୍ୟ ୫ ଜଣକୁ ପୁଲିସ୍‍ ଅଟକ ରଖି ଅଧିକ ପଚରା ଉଚରା ଚଳାଇଛି। ଆଜି ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ଅପରାହ୍ନରେ ବାଲିଗୁଡ଼ା ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନିତା କିଡ଼ୋ ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ୍‍ ପ୍ରକାଶ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ତେବେ ମୃତ ଯୁବକଙ୍କ ମାଆଙ୍କ ରିପୋର୍ଟ ପ୍ରକାରେ, ଗତ ବୁଧବାର ଦିନ ପରିବାରର ଜଣେ ମୃତପରେ ତାଙ୍କ ପୁଅ ଶବଦାହ ପାଇଁ ସସ୍ମାନକୁ ଯାଇ ଘରକୁ ଫେରିନଥିଲେ। ତେବେ ଘରକୁ ବିଳମ୍ବିତ ସମୟ ପର୍ଯ୍ରନ୍ତ ନଫେରିବାରୁ ମୃତ ଯୁବକଙ୍କ ପରିବାର ଲୋକେ ପାଖ ପୋଡ଼ଶିରେ ଅନେକଙ୍କ ପଚାରିଥିଲେ ମଧ୍ୟ କେହି ଘରକୁ ଆସିନାର୍ହି ବୋଲି କହିଥିଲେ। ଏପରିକି ଯେଉଁ ବ୍ୟକ୍ତିଙ୍କ ବାରିପଟ କୁଅଁରୁ ଶବ ଜବତ ହୋଇଛି ସେହି ପରିବାରର ଲୋକେ ମଧ୍ୟ ଆସିନାହିଁ ବୋଲି ସେଦିନ କହିଥିଲେ ମଧ୍ୟ ଗୁରୁବାର ଦିନ ଉକ୍ତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ ମୃତ ବ୍ୟକ୍ତିର ପ୍ୟାଣ୍ଟ ଓ ସାର୍ଟ ଓ ଚପଲ ପ୍ରଦାନ କରିଥିଲେ। ଯାହା ପରବର୍ତ୍ତି ସମୟରେ ସନ୍ଦେହ ଘେରକୁ ଆସିଥିଲା ଓ ଖୋଜାଖୋଜି ପରେ ବର୍ତ୍ତମାନ ଅଟକ ଥିବା ଘର ମାଲିକଙ୍କ ବାରିପଟ କୂଅରେ ଶବ ଭାସୁଥିବାର ଦେଖାଯାଇ ଦମକଳ ବାହିନି ଓ ପୁଲିସ୍‍ ସହାୟତରେ ଉଦ୍ଧାର କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories