www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଚୀନ୍ ସହ ସମ୍ପର୍କକୁ ପ୍ରଭାବିତ କରିଛି – ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଯୋଗୁ ଚୀନ୍ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ଗତକାଲି ଏକ ୱେବିନାରରେ ଜୟଶଙ୍କର କହିଛନ୍ତି ଯେ ଅଶୀ ଦଶକରୁ ଆଜି ଯାଏଁ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ବଜାୟ ରଖିବା ଉଦ୍ଦେଶ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଭ୍ରମଣ, ପର୍ଯ୍ୟଟନ, ବ୍ୟବସାୟ ତଥା ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକଳାପ କ୍ଷେତ୍ରରେ ସୁସମ୍ପର୍କ ରହିଥିଲା

ସେ କହିଛନ୍ତି ଯେ ଆମ ପାଇଁ ଆହ୍ୱାନ ହେଉଛି ଯେ ଚୀନ୍ ସହିତ ଆମେ ସମ୍ପର୍କ ସ୍ୱାଭାବିକ କରିବାକୁ ଚେଷ୍ଟା କରିଛୁ। ସେ କହିଛନ୍ତି, ସୀମା ବିବାଦ ଅତ୍ୟନ୍ତ ଜଟିଳ ଏବଂ କଷ୍ଟକର ବିଷୟ। ପ୍ରକୃତ ନିୟନ୍ତ୍ରଣ ରେଖାରେ ଆସି ଦଶକରୁ ଯେଉଁ ଶାନ୍ତି ପ୍ରକ୍ରିୟା ଜାରି ରହିଥିଲା, ଏବେ ତାହା ରହିବା ଆବଶ୍ୟକ ବୋଲି କହିବା ସହ ସୀମା ବିବାଦର ସମାଧାନ କରିବା ଚୀନର ଦାୟିତ୍ୱ ବୋଲି ଜୟଶଙ୍କର କହିଛନ୍ତି। ଏସିଆ ସୋସାଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି, ସୀମା ତିକ୍ତତା ଏବେ ଜନସାଧାରଣଙ୍କ ଉପରେ ଗଭୀର ପ୍ରଭାବ ପକାଇଛି ଓ ଏକ ପ୍ରମୁଖ ରାଜନୈତକ ଘଟଣା ପାଲଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories