www.samajalive.in
Thursday, December 11, 2025
16.1 C
Bhubaneswar

ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୯ ତାରିଖ ସନ୍ଧ୍ୟା ୭ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦ର ଉଦଘାଟନୀ ସମାରୋହରେ ଉଦବୋଧନ ଦେବେ। ଏହି ବୈଠକ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ ଯେଉଁଥିରେ ନୀତି ନିର୍ଦ୍ଧାରକ ଏବଂ ବୈଜ୍ଞାନିକ ନେତୃବୃନ୍ଦଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏଥିରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ପ୍ରତିକାର ନିମନ୍ତେ ବ୍ୟାପକ ବୈଜ୍ଞାନିକ ସହଯୋଗ ଲାଗି ଆହ୍ୱାନ ଦିଆଯିବ, ଯେଉଁଥିରେ ‘ବିଶ୍ୱ ପାଇଁ ଭାରତ’ ସହିତ କୋଭିଡ-୧୯ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।

ବିଶ୍ୱସ୍ତରୀୟ ପ୍ରମୁଖ ନେତା, ପ୍ରଖ୍ୟାତ ବୈଜ୍ଞାନିକ ଏବଂ ଗବେଷଣାକାରୀ ଏହି ବାର୍ଷିକ ବୈଠକରେ ସାମିଲ ହେବେ, ଯେଉଁମାନେ ମହାମାରୀ ପରେ ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରାଥମିକତାଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରିବେ ଏବଂ କୋଭିଡ-୧୯ର ପ୍ରବନ୍ଧନ କରିବାକୁ ଆହ୍ୱାନଗୁଡ଼ିକର ପ୍ରତିକାର ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ। ଏହି ତ୍ରିବସୀୟ କାର୍ଯ୍ୟକ୍ରମରେ ମହାମାରୀ ସହ ଲଢ଼ିବା ଏବଂ ମହାମାରୀର ମୁକାବିଲା କରିବା ଓ ଅନ୍ତର୍ଜାତୀୟ ସମାଧାନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଆଉ ଏକ ମହାମାରୀକୁ ରୋକିବା ପାଇଁ ବୈଜ୍ଞାନିକ ହସ୍ତକ୍ଷେପ ସଂକ୍ରାନ୍ତ ବିଷୟ ଉପରେ ବିଭିନ୍ନ କ୍ଷେତ୍ରର ନେତୃବର୍ଗ ଆଲୋଚନା କରିବେ। ଏହି ବାର୍ଷିକ ବୈଠକରେ ୪୦ଟି ଦେଶର ପାଖାପାଖି ୧୬୦୦ ଲୋକ ଅଂଶଗ୍ରହଣ କରିବେ।

- Advertisement -

ମିଳିତ ଭାବେ ଏହି ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ, ଜୈବ ପ୍ରାଦ୍ୟୋଗିକୀ ବିଭାଗ, ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଏବଂ ନୀତି ଆୟୋଗ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯିବ। ଏଥିସହ ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍ କାନାଡ଼ା, ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଏବଂ ୱେଲକମ ମଧ୍ୟ ଏଥିରେ ସହଯୋଗ କରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ବିଲ୍ ଗେଟସ ଆଲୋଚନାରେ ଭାଗ ନେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories